ଭକ୍ତଙ୍କ ପାଇଁ ଖୁସି ଖବର, ବଢ଼ିଲା ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ସମୟସୀମା

ଚାନ୍ଦବାଲି(କେ ନ୍ୟୁଜ):  ଆଜିଠାରୁ ଭକ୍ତ ମାନଙ୍କ ପାଇଁ ଆଖଣ୍ଡଳମଣୀଙ୍କ ଦର୍ଶନ ସମୟସୀମା ବଢାଯାଇଛି । ପୂର୍ବରୁ ଭଦ୍ରକ ଜିଲ୍ଲା ଆରଡି ପୀଠରେ ଭକ୍ତମାନେ ସକାଳ ୭ଘଟିକାରୁ ସଂନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ବାବାଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ଥିଲା । ହେଲେ ଏହାକୁ ଜିଲ୍ଲା ପ୍ରଶାସନ ପରିବର୍ତ୍ତନ କରି ଏଣିକି ସକାଳ ୭ଘଟିକା ଠାରୁ ସଂନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଭକ୍ତମାନେ ବାବାଙ୍କୁ ଦର୍ଶନ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ତେଣୁ ଆଜିଠାରୁ ସଂନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଭକ୍ତମାନେ ବାବାଙ୍କ ଦର୍ଶନ କରିପାରିବେ । ତେବେ ଦର୍ଶନର ସମୟ ସୀମା ବଢାଯାଇଥିବାରୁ ସେବାୟତମାନେ ପ୍ରଶାସନକୁ ଧନ୍ୟବାଦ ଦେଇଥିବା ବେଳେ ଭକ୍ତମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

 

 

Leave A Reply

Your email address will not be published.