ସୂର୍ଯ୍ୟୋପରାଗ ପାଇଁ ଆସନ୍ତା ୨୫ରେ ବନ୍ଦ ରହିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଚାନ୍ଦବାଲି(କେନ୍ୟୁଜ୍):ଆସନ୍ତା ୨୫ ତାରିଖରେ ବନ୍ଦ ରହିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ମଙ୍ଗଳବାର ଦିନ ସୂର୍ଯ୍ୟୋପରାଗ ଯୋଗୁ ଭଦ୍ରକ ପ୍ରସିଦ୍ଧ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବ । ମଙ୍ଗଳବାର ସୂର୍ଯ୍ୟୋପରାଗ ଥିବାରୁ ସୋମବାର ଭୋର ୩ଟାରୁ ପହଡ ଖୋଲାଯାଇ ସମସ୍ତ ନୀତିକାନ୍ତି ହେବ ।

ଏହାସହ ସୋମବାର ଦୀପାବଳି ଅମାବାସ୍ୟା ଥିବାରୁ ପରମ୍ପରା ଅନୁସାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ସରିବା ପରେ ରାତି ୯ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବାର ନିଷ୍ପତ୍ତି ନେଇଛି ମନ୍ଦର ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.