ଆଜି ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର: ମଧ୍ୟରାତ୍ରୀରେ ଲାଗିହୋଇଛି ଗଜଭୋଗ

ଆଠଗଡ଼ (କେନ୍ୟୁଜ): ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣ ମଧ୍ୟ ରାତ୍ରୀରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ଗଜଭୋଗ ଓ ତରଣ। ଗତକାଲି ଓ ଆଜି ବଡସିଂହାର ବେଶ ସହିତ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ବଡ଼ ଓଷାରେ ସିଧସଳଖ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇ ଥିବା ବେଳେ ଦର୍ଶନ ପାଇଁ ମନ୍ଦିରର ମୁଖ୍ୟରାସ୍ତା ଫାଟକ ପାଖରେ ଏଲଇଡି ସ୍କ୍ରିନରେ ଭର୍ଚୁଆଲ ମଧ୍ୟମରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ସେପଟେ ଝୁଲାପୋଲ ଏବଂ ମନ୍ଦିର ବେଢାରେ ୧୪୪ ଧାରା ଜାରି ରହିଛି । ପୂଜକ ସମିତି ପକ୍ଷରୁ ମଧ୍ୟ ରାତ୍ରୀରୁ ବାବା ଧବଳେଶ୍ୱରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇ ମଙ୍ଗଳ ଆଳତୀ ମଇଲମ ଆଦି କରାଯାଇଥିଲା। ଏହାପରେ ଭର୍ଚୁଆଲ ମଧ୍ୟମରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ସେବାୟତ ମାନଙ୍କ ଘରୁ ଭୋଗ ନେଉଛନ୍ତି ଭକ୍ତ ଶ୍ରଦ୍ଧାଳୁ ମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.