ଚେରମୂଳି ଔଷଧ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ, ବାବାକୁ ବାନ୍ଧିଲା ପୋଲିସ୍
ରେଢ଼ାଖୋଲ: ଧର୍ମ ନାଁରେ ଅଧର୍ମ କରିଛନ୍ତି ବାବା । ଏମିତି କାମ କରିଛନ୍ତି, ଯିଏ ଶୁଣିବ ସିଏ ଚକିତ ହୋଇଯିବ । ହଁ ଦର୍ଶକବନ୍ଧୁ ଏମିତି ଆଉ ଜଣେ ଭଣ୍ଡ ବାବାଙ୍କ କାରନାମା ସାମ୍ନାକୁ ଆସିଛି ଜାଣିଲେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ । ଚେରମୂଳି ଔଷଧ ଦେବା ବାହାନାରେଏ ବାବା ବୋଲାଇଉଥିବା ଭଣ୍ଡ ଏଭଳି ଏକ ଘଟଣା ଘଟାଇଛି ଯାହା ଏ ସଭ୍ୟ ସମାଜକୁ ଲଜ୍ଜିତ କରିଛି । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ ।
ଜଣେ ଆଦୀବାସି ଯୁବତୀଙ୍କୁ ଚେରମୂଳି ଔଷଧ ଦେବା ବାହାନାରେ ସାଧୁବାବା ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ଏବେ ଚାରିଆଡେ ଚର୍ଚ୍ଚା ସାଉଁଟିଛି । ତେବେ ଏଭଳି ଏକ ଘଟଣା ପରେ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଯୁବତୀ ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ଭଣ୍ଡ ସାଧୁବାବାକୁ ଗିରଫ କରାଯାଇ ପଚରା ଉଚରା କରୁଛି ପୋଲିସ୍ ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ,ମନମୁଣ୍ଡା ଥାନା, ଭାଲିଆପଦର ଗାଁ ର ପ୍ରଫୁଲ୍ଲ ମହଲା ନାମକ ଜଣେ ବ୍ୟକ୍ତି କିଛି ମାସ ହେବ ପ୍ରଫୁଲ୍ଲ ବାବା ନାମରେ ସାଧୁ ବାବା ହୋଇ ରେଢ଼ାଖୋଲ ଥାନା ବୈଷ୍ଣବଝୁଲି ଠାରେ ଏକ ମଠରେ ରହୁଥିଲା । ଚାରମାଳ ଥାନା ଅଞ୍ଚଳର ଜଣେ ଆଦିବାସୀ ଯୁବତୀ ନିଜର ଦେହ ଅସୁସ୍ଥ ରହୁଥିବାରୁ, କେଉଁଠୁ ଖବର ପାଇଁ ପ୍ରଫୁଲ୍ଲ ବାବା ନିକଟରେ ଆସି ପହଁଚିଥିଲେ । ସେଠାରେ ବାବା ଯୁବତୀ ଜଣଙ୍କୁ ଏକୁଟିଆ ପାଇ କାମନା ବାସନାରେ ଅନ୍ଧ ହୋଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଯୁବତୀ ଜଣଙ୍କ ଏକା ଥିବାରୁ ଯାହାର ସୁଯୋଗ ନେଇ କିଛି ନିଶା ଔଷଧ ଦେଇ ଦୁଷ୍କର୍ମ କରିଥିବା ନେଇ ପୀଡିତା ରେଢ଼ାଖୋଲ ଥାନାରେ ଅଭିଯୋଗ କରିଛନ୍ତି । ଏପଟେ ପୀଡିତାଙ୍କ କହିବା ମୁତାବକ, ବାବାଙ୍କ କବଳରୁ କୌଣସି ପ୍ରକାରେ ଖସି ଆସି ସିଧା ରେଢ଼ାଖୋଲରେ ପହଁଚି ଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ କରୁଛି ପୋଲିସ୍ । ଏପଟେ ଗିରଫ ହୋଇଥିବା ବାବା ଜଣକର ବି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ତେବେ ବାବା ମାତାଙ୍କୁ ନେଇ ଅନେକ ଖବର ପୂର୍ବରୁ ପ୍ରଚାର ହୋଇଛି । ଲୋକଙ୍କ ବିଶ୍ୱାସ ଏବଂ ଆଧ୍ୟାତ୍ମିକ ଭାବନକୁ ମୋହରା କରି ଏମାନେ ଅନେକ କାଣ୍ଡ କରିଥାନ୍ତି । ତଥାପି ଏମାନଙ୍କ ଉପରେ କିଛି ଲୋକ ଆଖି ବୁଜି ବିଶ୍ୱାସ କରିଥାନ୍ତି । ତେବେ ଏଠି କାହାର ବିଶ୍ୱାସ କୁ ଆମେ ଆକ୍ଷେପ କରୁନୁ । କେବଳ ବିଶ୍ୱାସ ନାରେ ଚାଲିଥିବା ଅନ୍ଧବିଶ୍ୱାସ ଓ ଭଣ୍ଡ ବାବାଙ୍କ ଠାରୁ ବର୍ତ୍ତିକି ରହିବାକୁ ଆପଣଙ୍କୁ ଚେତାଇ ଦେଉଛି । ନହେଲେ ଏହି ଯୁବତୀଙ୍କ ଭଳି ପରିଣାମ ହେବାକୁ ବେଶି ସମୟ ଲାଗିବ ନାହିଁ ।