ଛଦ୍ମ ବେଶୀ ବାବାଙ୍କର ଫଟୋ ଭାଇରାଲ, ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ବାବା ବିଜୟାନନ୍ଦ ଚୌଧୁରୀ

(କେନ୍ୟୁଜ):  ଖୋଲୁଛି ଆତ୍ମଘୋଷିତ ବାବାଙ୍କ ଗୁମର । ଓଟିଡିସି ନାଁରେ ୩ କୋଟି ଟଙ୍କା ଠକେଇ ମାମଲାରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କୁ ଗିରଫ କରାଯାଇଥିଲା । ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା । ଗିରଫ ପରେ ଧୀରେ ଧୀରେ ଫିଟିବାରେ ଲାଗିଛି ଅନେକ ଗୁମର । ତାଙ୍କ ନାଁରେ ଏବେ ଅଭିଯୋଗର ଫର୍ଦ୍ଦ ବଢୁଛି ।

ଠକେଇ ଶିକାର ବ୍ୟକ୍ତିମାନେ କ୍ରାଇମବ୍ରାଞ୍ଚର EOW ନିକଟରେ ଅଭିଯୋଗ କରିଛନ୍ତି । ସେପଟେ ସାମ୍ନାକୁ ଆସିଛି ଭଣ୍ଡ ବାବାଙ୍କର କିଛି ଫଟୋ । ଲୋକଙ୍କୁ ଭୂଆଁ ବୁଲାଇବା ଲାଗି ସାଜିଥିଲେ ବାବା । କେତେବେଳେ ଗେରୁଆ ବସ୍ତ୍ର ତ କେତେବେଳେ ଧଳାବସ୍ତ୍ର ପିନ୍ଧି ଠକୁଥିଲେ ଲୋକଙ୍କୁ । ଏଭଳି ଏକାଧିକ ଛଦ୍ମବେଶର ଫଟୋ ଏବେ ସୋସିଅଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ତନ୍ତ୍ରମନ୍ତ୍ର ଆଳରେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ମାୟାଜାଲରେ ଫସାଇ କରୁଥିଲେ ମାଷ୍ଟରପ୍ଲାନ୍ । କୋଟି କୋଟି ଟଙ୍କା ଠକିଛନ୍ତି ଏଭଳି ବଡ ବଡ କଣ୍ଟ୍ରାକ୍ଟରଙ୍କଠାରୁ । ତେବେ ଇଓଡବ୍ଲୁ ନିକଟରେ ଏକାଧିକ ଅଭିଯୋଗ ପରେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.