ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ କିନ୍ତୁ ଆସିଲେନି ପତ୍ନୀ ତୃପ୍ତି

ଭୁବନେଶ୍ବର(କେନ୍ୟୁଜ୍):  ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ ମହାନ୍ତି । ଆସିଲେନି ପତ୍ନୀ ତୃପ୍ତି । ହେଲେ ତୃପ୍ତିଙ୍କ ବାପା ଲଳିତ ଶତପଥି ବାବୁସାନଙ୍କ ଘରକୁ ଯାଇଛନ୍ତି । ପତ୍ନୀଙ୍କ ସମ୍ପର୍କରେ ବାବୁ କହିଛନ୍ତି, ମୁଁ ତାଙ୍କ ସହ ସର୍ବଦା ରହିଛି । ତେଣୁ ମୁଁ ମିସ୍‌ କରୁନାହିଁ । ଜନ୍ମଦିନ ଅବସରରେ ବାବୁସାନ ତାଙ୍କ ଅପ୍‌କମିଂ ମୁଭି ଗଜପତିର ପ୍ରମୋସନ୍‌ କରିଛନ୍ତି ।

ଅନ୍ୟପଟେ ଖୁବଶୀଘ୍ର ବାବୁସାନ-ତୃପ୍ତି ପାରିବାରିକ ବିବାଦରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ। ସ୍ୱାମୀ ବାବୁସାନଙ୍କ ବିରୋଧରେ ଦାୟର କରିଥିବା ମାମଲାକୁ ତୃପ୍ତି ଖୁବ ଶୀଘ୍ର ପ୍ରତ୍ୟାହାର କରିବେ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ମାମୁ ରବି ମିଶ୍ର । ଦୁଇ ପରିବାର ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିଥିବା ସେ କହିଛନ୍ତି। ସେପଟେ ବାବୁସାନଙ୍କ ଜନ୍ମଦିନ ପାର୍ଟିରେ ମଧ୍ୟ ତୃପ୍ତି ସାମିଲ ହୋଇପାରନ୍ତି ବୋଲି ଜଣାପଡ଼ିଛି। ବରମୁଣ୍ଡା ଜଗନ୍ନାଥବିହାର ବାସଭବନରେ ଆସି ପାରନ୍ତି ତୃପ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.