ରାତି ଅଧରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ ଏଣିକି ଆଉ ପ୍ରକୃତିଙ୍କ ସହ କରିବିନି ଫିଲ୍ମ

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡ୍‌ ଚକ‌ଲେଟ୍‌ ବୟ ବାବୁସାନ୍‌ ଓ ଚୁଲୁବୁଲି ନାୟିକା ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ଝଡ଼ ଉଠିଛି। ଗତକାଲି ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା ପରେ ରାତି ଅଧରେ ଭିଡିଓ ପୋଷ୍ଟ କଲେ ବାବୁସାନ୍ । ବାବୁସାନ୍ କହିଛନ୍ତି, ସେ ଜାଣିଛନ୍ତି ଭାଇରାଲ ଭିଡିଓ ଦେଖିକି ଆପଣମାନେ ବହୁତ ମଜା ଉଠାଉଥିବେ । ସେ ବର୍ତ୍ତମାନ ଚେନ୍ନାଇ ଯାଇଛନ୍ତି ଉତ୍କଳ ଦିବସ ପାଳନ କରିବା ପାଇଁ । ପ୍ରକୃତି ମିଶ୍ରଙ୍କୁ ବି ଉତ୍କଳ ଦିବସର ନିମନ୍ତ୍ରଣ ଥିଲା । ସେଠାରେ ସେ ଫିଲ୍ମର ପ୍ରମୋସନ ଓ ପ୍ରକୃତିଙ୍କ ସହ ଆଉ ଗୋଟିଏ ନୂଆ ଫିଲ୍ମର ଘୋଷଣା କରିବାର ଥିଲା ।

ଏହା ମଧ୍ୟ କହିଛନ୍ତି ଯେ ସେ ଜାଣିନଥିଲେ ଯେ ତାଙ୍କ ଘରେ ଏତେ ଅସୁବିଧା ଚାଲିଛି । ଯଦି ଏତେ ଅସୁବିଧା ଅଛି ତେବେ ଏଣିକି ଆଉ ସେ ପ୍ରକୃତିଙ୍କ ସହ ଫିଲ୍ମ କରିବେ ନାହିଁ । ଏମିତିକି ଆବଶ୍ୟକ ହେଲେ କୌଣସି ନାୟିକାଙ୍କ ସହ କାମ କରିବେ ନାହିଁ । ଗତକାଲିର ଘଟଣାକୁ ନେଇ ପ୍ରକୃତି ମିଶ୍ର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଅନ୍ୟପଟେ ପ୍ରକୃତି ମିଶ୍ର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ ଯେ ପ୍ରତ୍ୟେକ କାହାଣୀର ଦୁଇଟି ପାଶ୍ୱ ଥାଏ । ମାତ୍ର ସମାଜରେ ସତ କଥା ଶୁଣିବା ପୂର୍ବରୁ ମହିଳାମାନଙ୍କୁ ଆଗେ ଦୋଷ ଦିଆଯାଏ । ତୃପ୍ତି ତାଙ୍କୁ ଯେମିତି ଆକ୍ରମଣ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପ୍ରକୃତି ମିଶ୍ର କହିଛନ୍ତି ।

ତେବେ ଗତକାଲିର ଘଟଣାକୁ ନେଇଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଛି । ପ୍ରଥମେ ଖାରବେଳନଗର ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରିଥିଲେ । ପରେ ସନ୍ଧ୍ୟାରେ ଥାନାରେ ବୋହୂଙ୍କ ସହ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ସେ ମଧ୍ୟ ଥାନାରେ ମାମଲା ଦାଏର କରିଛନ୍ତି ।

ଅପରାଜିତା ପ୍ରଥମେ ବୋହୂଙ୍କ ଘରେ ପହଞ୍ଚିଥିଲେ । ସେଠାରେ ତୃପ୍ତିଙ୍କ ସହ ମାଉସୀ ମଧ୍ୟ ମଧ୍ୟ ସେମାନଙ୍କ ସହ ଥାନାକୁ ଯାଇଥିଲେ । ପରେ ଖାରବେଳନଗର ଥାନାରେ ମାମଲା ରୁଜୁ କରିଥିବା ଯାହାକି ଜଣାପଡିଛି ।

ତେବେ ଏହି ଘଟଣାରେ ମୁହଁ ଖୋଲିଥିଲେ ବାବୁସାନଙ୍କ ପତ୍ନୀ ତୁପ୍ତି । ସେ କହିଛନ୍ତି ଯେ, ସତ୍ୟ ନଗର ଘରେ ବାବୁସାନ ଓ ପ୍ରକୃତି ଏକାଠି ରହୁଥିଲେ । ଏହାସହିତ ତୃପ୍ତି ଉଭୟଙ୍କୁ ଆଗରୁ ୩ ଥର ଧରିଛନ୍ତି । ସେମାନେ ଜାଗା ପରିବର୍ତ୍ତନ ମଧ୍ୟ କରୁଥିଲେ । ଆଗରୁ ଭୁବନେଶ୍ୱର, ଗୋଆ ଏବଂ ବମ୍ବେରୁ ଉଭୟଙ୍କୁ ଧରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.