ହସ୍ପିଟାଲରୁ ଡିସଚାର୍ଜ ହେଲେ ବାବୁସାନ, ତୃପ୍ତିଙ୍କ ସହ ଏକାଠି ଆସିଲେ ନଜର

ଭୁବନେଶ୍ୱର(କେନ୍ୟୁଜ୍):  ବାବୁସାନଙ୍କୁ ଭେଟିଲେ ପତ୍ନୀ ତୃପ୍ତି । ଏକ ଘରୋଇ ହସ୍ପିଟାଲ ଯାଇ ବାବୁସାନଙ୍କୁ ଭେଟିଛନ୍ତି ପତ୍ନୀ ତୃପ୍ତି ଶତପଥୀ । କିଛିଦିନ ହେଲା ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାବୁସାନ୍‌ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ପତ୍ନୀ ତୃପ୍ତି ହସ୍ପିଟାଲ ଯାଇ ବାବୁସାନଙ୍କୁ ଭେଟିଛନ୍ତି । ଏହାସହିତ ଆଜି ହସ୍ପିଟାଲରୁ ବାବୁସାନଙ୍କୁ ଡିସଚାର୍ଜ କରାଯାଇଛି। ଗତ କିଛିଦିନ ତଳେ ପଦାରେ ପଡ଼ିଥିଲା ସିନେ ଷ୍ଟାରଙ୍କ ଘରୋଇ କଳହ । ମୁହାଁମୁହିଁ ହୋଇଥିଲେ ବାବୁସାନ ଓ ତୃପ୍ତି।

ସୂଚନା ଥାଉକି,ଫିଲ୍ମ ପ୍ରମୋସନରେ ଯାଇ ଓଲିଉଡ୍‌ ଷ୍ଟାର ବାବୁସାନ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିଛି ଦିନ ତଳେ ବାବୁସାନ ତାଙ୍କର ଆଗାମୀ ଫିଲ୍ମ ‘ଦମନ’ର ପ୍ରମୋସନ୍‌ ପାଇଁ ଲଦାଖ ଯାଇଥିଲେ । ସେଠାରେ ତାଙ୍କ ଦେହ ଖରାପ ହୋଇଥିଲା । କୁହାଯାଉଛି କି ତାଙ୍କର ଅକ୍ସିଜେନ୍‌ କମି ଯାଇଥିଲା ।

ତେବେ ସେ ଭୁବନେଶ୍ୱର ଫେରି ଆସିବା ପରେ ତାଙ୍କୁ ତୁରନ୍ତ ଏଠାକାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ କିଛି ଦିନ ହେଲା ସେ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି କୁହାଯାଉଛି । ଏହି ଖବର ସହ ସେ ଡାକ୍ତରଖାନା ବେଡ୍‌ରେ ଶୋଇଥିବାର ଏକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଆମେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.