ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଅଡିଓ! ପରସ୍ପରକୁ କହୁଛନ୍ତି ଲଭ ୟୁ

ଭୁବନେଶ୍ୱର(କେନ୍ୟୁଜ୍): ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଅଡିଓ । ଅଡିଓରେ ରହିଛି ବାବୁସାନ-ପ୍ରକୃତିଙ୍କ କଥାବାର୍ତ୍ତା । ଅଡ଼ିଓରେ ପ୍ରକୃତିଙ୍କୁ ବାବୁସାନ କ୍ଷମା ମାଗୁଛନ୍ତି । ଲଭ ୟୁ ବୋଲି କହୁଛନ୍ତି ବାବୁସାନ ଓ ପ୍ରକୃତି । ବାବୁସାନ-ପ୍ରକୃତିଙ୍କ ପ୍ରେମାଳାପର ଅଡିଓ ଭାଇରାଲ ।

ପ୍ରକୃତିଙ୍କୁ ଡୁଡୁ ବୋଲି ସମ୍ବୋଧନ କରୁଛନ୍ତି । ଏହାସହ କେଉଁ କଲର ଶାଢ଼ି ପିନ୍ଧିବୁ ବୋଲି ପ୍ରଶ୍ନ କରୁଛନ୍ତି ବାବୁସାନ । ଉଭୟ ଉଭୟଙ୍କୁ ଲଭ ୟୁ ବୋଲି କହୁଛନ୍ତି । ଏହି ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫୋନ୍‌ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡୁନି। କିନ୍ତୁ ଏହା ବାବୁସାନ୍‌ ଓ ପ୍ରକୃତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.