ଓଲିଉଡ୍‌ ନାୟକଙ୍କୁ ପଡ଼ିଛି କି ଶନିଦଶା ? ସବୁ ଖବରକୁ ପଛରେ ପକାଇ ଦେଲା ବାବୁଶାନ୍‌ ମାମଲା

ଭୁବନେଶ୍ୱର (କେନ୍ୟୁଜ୍‌) : ଅଜି ଶନିବାରରେ ଯେମିତି ଶନିଦଶା ପଡ଼ିଗଲା ବାବୁଶାନ୍‌ ଓ ପ୍ରକୃତି ମିଶ୍ରଙ୍କୁ । ସୂର୍ଯ୍ୟୋଦୟ ହୋଇଛି ନାହିଁ ଭାଇରାଲ ଭିଡିଓ ବୁଲିଲାଣି ରାଜ୍ୟ ସାରା । ଚର୍ଚ୍ଚା ହେଲା କି ବାବୁଶାନ୍‌ ଓ ପ୍ରକୃତି ଗୋଟିଏ କାର୍‌ରେ ଥିବା ବେଳେ ବାବୁଶାନ୍‌ଙ୍କ ପତ୍ନୀ ସେମାନଙ୍କୁ ଅଟକାଇ ଅଭାବନୀୟ କାଣ୍ଡ ଘଟାଇଲେ । ଆଉ ଏନେଇ ଯେତେବେଳେ ଗଣମାଧ୍ୟମକୁ ସୂଚନା ମିଳିଲା ତ ଚାଲିଲା ଖୋଳତାଡ଼ । ଶେଷରେ ଏଇ କଥା ବାହାରକୁ ଆସିଲା କି ଏ ଦୁଇ ଓଲିଉଡ୍‌ ହିରୋ ହିରୋଇନ୍‌ଙ୍କ ଭିତରେ କିଛି ଚାଲିଥିଲା ଯାହା ବାବୁଶାନ୍‌ଙ୍କ ପତ୍ନୀ ତୃପ୍ତିଙ୍କ ଘର ଭାଙ୍ଗି ଦେଇଥାନ୍ତା । ତେଣୁ ପତ୍ନୀ ତୃପ୍ତି ରାଜଧାନୀ ରାସ୍ତା ଉପରେ ଏଭଳି ଘଟଣା ଘଟାଇଲେ ।
ପରେ ପରେ ଚର୍ଚ୍ଚା ବଢ଼ିଲା ଉଭୟ ପକ୍ଷ ବିଭିନ୍ନ ପ୍ରତିକ୍ରିୟା ରଖି ଚାଲିଛନ୍ତି ।

ପତ୍ନୀ ତୃପ୍ତି କହିଲେ ପ୍ରକୃତି ମୋ ସଂସାରକୁ ଭାଙ୍ଗି ଦେବାକୁ ଚେଷ୍ଟା କରୁଛନ୍ତି । ପ୍ରକୃତି କହିଲେ ମୁଁ ଓ ବାବୁଶାନ୍‌ ପିଲା ବେଳର ବନ୍ଧୁ । ଆମ ଭିତରେ ଆଉ କିଛି ସମ୍ପର୍କ ନାହିଁ । ତାଙ୍କୁ ଆକ୍ରମଣ କରିଥିବା ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ପୂରା ବିନ୍ଦାସ୍‌ ଜୀବନ ଜୀଉଥିବା ପ୍ରକୃତି କହିଛନ୍ତି ମୁଁ କାହାକୁ ଡରୁନି କି ଡରିବିନି । ଆହୁରି ମଧ୍ୟ ପ୍ରକୃତିଙ୍କ ବାପା ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ତାଙ୍କ ପତ୍ନୀ କୃଷ୍ଣପ୍ରିୟା ଉଭୟ ସହିଦ ନଗର ଥାନାକୁ ଯାଇ ତାଙ୍କ ଝିଅ ପକ୍ଷରୁ ଏତଲା ଦେଇଛନ୍ତି । ବାପା ମନ୍ମଥ ବି ଝିଅର ସପକ୍ଷରେ ବାହାରି ସେ ନିର୍ଦ୍ଦୋଷ ଓ ବାବଶାନ୍‌ ଏବଂ ପ୍ରକୃତି ପିଲାବେଳର ବନ୍ଧୁ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ବାବୁଶାନ୍‌ଙ୍କ ମା ଅପରାଜିତା ମହାନ୍ତି, ନିଜ ବୋହୂ ତୃପ୍ତିଙ୍କ ସହ ଖାରବେଳ ନଗର ଥାନାକୁ ଯାଇ ଆଉ ଏକ ମାମଲା ରୁଜୁ କରିଛନ୍ତି । ଯାହା ପ୍ରକୃତି ମିଶ୍ରଙ୍କ ବିରୋଧରେ ବୋଲି ସୂଚନା ମିଳିଛି ।

ସେପଟେ ତୃପ୍ତିଙ୍କ ମାଉସୀ କହିଛନ୍ତି କି ବାବୁଶାନ୍‌ ଓ ପ୍ରକୃତିଙ୍କ ଭିତରେ ଅନେକ ଦିନରୁ ସମ୍ପର୍କ ରହିଛି । ଏପରିକି ଗତ ମାସେ ହେଲା ବାବୁଶାନ୍‌ ଘରେ ରହୁ ନାହାନ୍ତି ଏବଂ ବାହାରେ ଘର ଭଡ଼ା ନେଇ ଘର ବଦଳାଇ ରହିବାରେ ଲାଗିଛନ୍ତି ।
ଆଉ ବିଗତ ଦିନର ନାୟକ ନାୟିକା ବାବୁଶାନ୍‌ଙ୍କ ବାପା ମା ମଧ୍ୟ ନିଜ ବୋହୂଙ୍କ ପକ୍ଷ ନେଇଛନ୍ତି । ଅବଶ୍ୟ ସେମାନେ ବାବୁଶାନ୍‌ଙ୍କ ବିରୋଧରେ କିଛି କହି ନାହାନ୍ତି ତେବେ ଉତ୍ତମ ମହାନ୍ତି ଏବଂ ଅପରାଜିତା ଦୁଇଜଣ ଯାକ ତାଙ୍କ ବୋହୂ ତୃପ୍ତି ବହୁତ ଭଲ ବୋଲି କହିଛନ୍ତି ।

ଘଟଣାର ପୋଲିସ୍‌ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ହେଲେ ଏଇ ସେଲିବ୍ରିଟି ଘର କଳି ରାଜରାସ୍ତାକୁ ଆସିବା ଘଟଣା ରାଜ୍ୟରୁ ଯାଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି । ଓଲିଉଡ୍‌ରେ ପୂର୍ବରୁ ସୁପରଷ୍ଟାର ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ମାମଲା ଥଣ୍ଡା ପଡ଼ିନଥିବା ବେଳେ ବାବୁଶାନ୍‌ଙ୍କ ଘଟଣା ଏବେ ନିଆଁରେ ଘିଅ ଢାଳିଲା ଭଳି ହୋଇଛି । ବାବୁଶାନ୍‌ ଓ ପ୍ରକୃତି ମିଶ୍ରଙ୍କୁ ନେଇ ଥମୁନି ଚର୍ଚ୍ଚା, ସବୁ ଗଣମାଧ୍ୟମରେ ଛାଇ ରହିଛନ୍ତି ଏମାନେ।

ଏ ମାମଲା ଆଗକୁ କେଉଁ ମୋଡ଼ ନେଉଛି ତାକୁ ସାରା ଓଡ଼ିଶା ଚାହିଁ ରହିଛି । ତେବେ ମା ଅପରାଜିତ ପୂରା ଦମ୍‌ରେ ଚେଷ୍ଟା କରୁଛନ୍ତି, କିଭଳି ମାମଲା ବୁଝାମଣାରେ ସମାଧାନ ହେବ । କାରଣ ଏହି ଘଟଣା ଦୁଇଟି ସେଲିବ୍ରିଟି ପରିବାରର ସମ୍ମାନ ହାନି କରିଛି । ତେବେ ପ୍ରକୃତିଙ୍କ କିଛି ବିବାଦୀୟ ବୟାନ୍‌ ଘଟଣାକୁ ଭିନ୍ନ ରୂପ ଦେଇ ପାରେ ।

Leave A Reply

Your email address will not be published.