ଛୁଆ ହାତୀ ମୃତ୍ୟୁ ଘଟଣା: ୪ ଜଣଙ୍କୁ ଗିରଫ କଲା ବୁଗୁଡ଼ା ବନବିଭାଗ

ଭଞ୍ଜନଗର (କେନ୍ୟୁଜ): ଛୁଆ ହାତୀ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନବିଭାଗ । ଗତ ୧୩ ତାରିଖ ସକାଳୁ ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡା ଗାଁ ନିକଟ ଏକ ଧାନକ୍ଷେତରୁ ମୃତ ଦେହକୁ ଠାବ କରିଥିଲେ ସ୍ଥାନୀୟ ଲୋକେ । ପରେ ବନବିଭାଗ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ କରିଥିଲା ।

ବାରହା୍ ଶିକାର ପାଇଁ ଦୁର୍ବୃତ୍ତ ମାନେ ବିଦ୍ୟୁତ ତାର ବିଛାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛୁଆହାତୀର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ବିଦ୍ୟୁତ୍ ବିଭାଗକୁ କୈଫତ୍ ତଲବ କରାଯାଇଥିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି । ଏ‌ହାସହ ହାତୀ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ଆଉଜଣେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.