ଚିକିତ୍ସାଧୀନଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, କିଛି ଦିନ ଧରି ଥିଲା ଅସୁସ୍ଥ

ଉମରକୋଟ : ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ । ଗତ କିଛିଦିନ ତଳେ ପଡୋଶୀ ଛତିଶଗଡରୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଘାରପାଣି ଜଙ୍ଗଲକୁ ପଶି ଆସିଥିଲା ଛୁଆହାତୀ । ଶିକାରୀଙ୍କ ଦ୍ବାରା ଜଙ୍ଗଲରେ ଲଗାଯାଇଥିବା ବିସ୍ଫୋରକ ଫାଟି ହାତୀ ଛୁଆର ପାଟିରେ ଆଘାତ ଲାଗିଥିଲା । ଫଳରେ ହାତୀ ଛୁଆଟି ଖାଦ୍ୟ ଖାଇପାରୁନଥିଲା ।

ଛତିଶଗଡ଼ ବନବିଭାଗ କର୍ମଚାରୀ ଡ୍ରୋନ ଦ୍ବାରା ହାତୀ ଶାବକକୁ ଠାବ କରି ଚିକିତ୍ସା ଆରମ୍ଭ କରିଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪ ଥର ଚିକିତ୍ସା କରାଯାଇଥିବା ସତ୍ତ୍ୱେ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ରାଜାପୋଡାଓ ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଛତିଶଗଡ଼ ବନବିଭାଗ ହାତୀର ମରଶରୀରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।