କୂଅରେ ଗଳିପଡିଲା ହାତୀ ଛୁଆ, ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ କରାଗଲା ଉଦ୍ଧାର

ଯାଜପୁର(କେନ୍ୟୁଜ): କୂଅରେ ଗଳିପଡିଲା ହାତୀ ଛୁଆ। ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ହାତୀ ଛୁଆ। ଯାଜପୁର ବୈରୀ ବନାଞ୍ଚଳ ଅଧୀନ ଦେହୁରିଗଡ଼ା ଗାଁରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ ଗତ କିଛି ମାସ ହେବ ବୈରୀ ବନାଞ୍ଚଳ ଦେହୁରିଗଡ଼ା ଗାଁ ନିକଟରେ ଥିବା ପାହଡରେ ହାତୀ ପଲ ସନ୍ଧ୍ୟାରେ ଗାଁକୁ ପଶି ଘର ଭାଙ୍ଗିବା ସହ ବହୁ ଧନ ସମ୍ପତ୍ତି ନଷ୍ଟ କରୁଛନ୍ତି। ଗତକାଲି ରାତିରେ ମାଆ ଓ ଛୁଆ ହାତୀ ଗାଁ ଭିତରକୁ ପଶି ଆସିଥିଲେ। ଏହି ସମୟରେ ଏକ କୂଅ ଭିତରେ ଛୁଆ ହାତୀଟି ଗଳି ପଡିଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୫ ଘଣ୍ଟା ଧରି ପରିଶ୍ରମ କରିବା ପରେ JCB ସାହାଯ୍ୟରେ ହାତୀ ଛୁଆକୁ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.