କେନ୍ଦୁଝର: କୂଅରୁ ଉଦ୍ଧାର ହେଲା ହାତୀ ଛୁଆ, ପରିବାରକୁ ଫେରାଇଲା ବନ ବିଭାଗ

କେନ୍ଦୁଝର(କେନ୍ୟୁଜ୍): କୂଅରେ ପଡିଥିବା ହାତୀ ଛୁଆ ହେଲା ଉଦ୍ଧାର। ପରିବାରକୁ ପାଖରେ ଛାଡିଲା ବନବିଭାଗ । ଘଟଣା ଘଟିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ବସନ୍ତପୁର ନଦୀଗୋଠ ଗ୍ରାମରେ ।

elephant 3

କିଛି ଦିନ ହେବ ଏହି ଅଞ୍ଚଳରେ  ହାତୀପଲ ଉପଦ୍ରବ ଚଳାଇଥିଲେ । ଏହି ହାତୀପଲ ଚଳାଚଳ କରୁଥିବା ବେଳେ ବସନ୍ତପୁର ଗ୍ରାମର ନଦୀଗୋଠ ଗ୍ରାମର ମାଧବ ନାଏକଙ୍କ କୂଅରେ ଏକବର୍ଷର ଛୁଆ ହାତୀଟିଏ ପଡି ଯାଇଥିଲା । ଏହି ହାତୀ ଛୁଆଟି ପଡିଯିବା ପରେ ବନ ବିଭାଗ ଓ ଦମକଳ ବାହିନୀ ମିଶି ଛୁଆଟିକୁ ଉଦ୍ଧାର କରିଥିଲେ। ପରେ ବନ ବିଭାଗ ପକ୍ଷରୁ ହାତୀ ଛୁଆଟିକୁ ତାର ପରିବାର ସହ ଛାଡି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ଡି ଡି ହନୁମନ୍ତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.