ଗୋଠ ଛଡା ହୋଇ କୂଅ ଭିତରେ ଖସି ପଡିଲା ଛୁଆ ହାତୀ, ଉଦ୍ଧାର କଲା ବନବିଭାଗ

କଳାହାଣ୍ଡି(କେନ୍ୟୁଜ୍): କୂଅ ଭିତରୁ ଉଦ୍ଧାର ହେଲା ହାତୀ ଛୁଆ। କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ନିକଟସ୍ଥ ବାବେନାଲର ଏକ ପରିତ୍ୟକ୍ତ କୂଅ ଭିତରୁ ଛୁଆ ହାତୀକୁ ଉଦ୍ଧାର କରାଯାଇଛି। ଗତକାଲି ହାତୀଟି ଗୋଠ ଛଡା ହୋଇ କୂଅ ଭିତରେ ଖସି ପଡିଥିଲା।

baby elephant

ଖବର ପାଇ ନର୍ଲା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି JCB ସାହାଯ୍ୟରେ ହାତୀ ଛୁଆକୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଥିଲା। ଦୀର୍ଘ ଘଣ୍ଟା ପରେ ସୁରକ୍ଷିତ ଭାବେ ତାକୁ ଉପରକୁ ଅଣାଯାଇଛି। ଛୁଆ ହାତୀର  ବୟସ ୩ରୁ ୪ ବର୍ଷ ହେବ।

Leave A Reply

Your email address will not be published.