ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ
କନ୍ଧମାଳ(କେନ୍ୟୁଜ): କୂଅରୁ ଉଦ୍ଧାର ହେଲା ହାତୀ ଛୁଆ। ସୁରକ୍ଷିତ ଭାବେ ଉଦ୍ଧାର କଲା ବନବିଭାଗ। କନ୍ଧମାଳ ଫିରିଙ୍ଗିଆ ରେଞ୍ଜର ଜିରିଙ୍ଗପଡ଼ା ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ପଡି ଯାଇଥିଲା। ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ବନବିଭାଗ ଟିମ୍ ନିୟୋଜିତ ହୋଇଥିଲେ। ଫିରିଙ୍ଗିଆ ରେଞ୍ଜରଙ୍କ ସହ ଏକ ଟିମ୍ ଘଟଣାସ୍ଥଳକୁ ଯାଇ JCB ସାହାଯ୍ୟରେ ମାଟି ଖୋଳି ହାତୀକୁ ଉଦ୍ଧାର କରିଥିଲେ।
ଜେସିବି ସାହାଯ୍ୟରେ ମାଟି ଖୋଳି ଆଉ ଏକ ରାସ୍ତା କରାଯିବା ପରେ ଉଦ୍ଧାର ହୋଇଥିଲା ହାତୀ ଛୁଆ। ଗତକାଲି ରାତିରେ ଏକ ୧୦ ଟିକିଆ ହାତୀ ପଲ ଜଙ୍ଗଲକୁ ଯାଉଥିବାବେଳେ ଏକ ଛୁଆ ହାତୀ କୂଅ ଭିତରେ ଖସି ପଡିଥିଲା। ସକଳେ ଗାଁଲୋକେ ହାତୀ ଛୁଆକୁ ଦେଖି ବନବିଭାଗକୁ ଖବର ଦେଇଥିଲେ।