ଟ୍ରାକ୍ଟର ଧକ୍କାରେ ଶିଶୁକନ୍ୟା ମୃତ, ବାପା ଗୁରୁତର

ଭଦ୍ରକ : ଟ୍ରାକ୍ଟର ଧକ୍କାରେ ଶିଶୁକନ୍ୟା ମୃତ, ବାପା ଗୁରୁତର । ଭଦ୍ରକ ଦୁର୍ଗାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୁଜିଦରଡ଼ା ଅଂଚଳର ସେକ ସବାକତୁଲ୍ଲା ତାଙ୍କ ଚାରି ବର୍ଷର ଝିଅକୁ ନେଇ ଘରକୁ ଯାଉଥିବା ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା । ସେକ ସବାକତୁଲ୍ଲା ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ଲୋକ ଟ୍ରାକ୍ଟରରେ ନିଆଁ ଲଗାଇଦେଇଛନ୍ତି । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ।