କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାର ଶିଶୁ ଝୁଲଣ କେନ୍ଦ୍ରରୁ ଦିନକର ଶିଶୁ କନ୍ୟା ଉଦ୍ଧାର

କୁଚିଣ୍ଡା : ପୁଣି ଅଲୋଡା ହେଲା ଶିଶୁ କନ୍ଯା । ବାରମ୍ବାର ସଚେତନ ପରେ ବି ଅବୁଝା ଏହି ସମାଜ। ୧୦ ମାସ ଗର୍ଭରେ ରଖି ଜନ୍ମ କରିବା ପରେ ବି, ଝିଅ ବୋଲି ଛାଡି ଚାଲି ଯାଉଛନ୍ତି ବାପା ମା । କଣ ବା ଦୋଷ ଏଇ ଅବୋଧ ଶିଶୁଟିର। ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାର ଶିଶୁ ଝୁଲଣ କେନ୍ଦ୍ର ଠାରେ।

ଯେଉଁ ଠାରେ ଏକ ଦିନକର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଥମେ ଶିଶୁଟିକୁ ଦେଖିବା ପରେ ଉଦ୍ଧାର କରିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାପରେ କୁଚିଣ୍ଡା ଚାଇଲ୍ଡ ଲାଇନଙ୍କୁ ହସ୍ତାନ୍ତର କରିଥିଲେ। ନବଜାତ ଶିଶୁ କନ୍ୟାକୁ ସମ୍ବଲପୁର ଶିଶୁ କଲ୍ୟାଣ ସମିତିରେ ଉପସ୍ଥାପନ କରି ଶିଶୁଟିର ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ କହିଛନ୍ତି। ତେବେ ଏଯାଏ ଶିଶୁଟିର ବାପା ମା କିଏ ? ଏବଂ କେଉଁ ପରିସ୍ଥିତିରେ ଶିଶୁଟି ଏଠାକୁ ଆସିଲା ସେନେଇ କୌଣସି ତଥ୍ଯ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.