ରାଜ୍ୟ

ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଅନାଥ ଶିଶୁକନ୍ୟା ସ୍ନେହାକୁ ମିଳିଲା ପରିଚୟ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି

ବ୍ରହ୍ମପୁର (କେନ୍ୟୁଜ) : ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବଦଳିଲା ଭାଗ୍ୟ । ଗଞ୍ଜାମ ଜିଲ୍ଲାରୁ ସୁଦୂର ଇଟାଲୀରେ ରହି ବଡ଼ ହେବ ଉଦ୍ଧାର ଶିଶୁ ।  ଆଜି ଗଞ୍ଜାମ ଜିଲ୍ଲାର ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ଏକ ଦମ୍ପତି । ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁର ଆଇନ ଅନୁଯାୟୀ ସମସ୍ତ ପକ୍ରିୟା ଶେଷ ହେବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ କନ୍ୟା ସ୍ନେହାଙ୍କୁ ଇଟାଲୀ ଦମ୍ପତିକୁ ହସ୍ତାନ୍ତର କରାଯାଇଛି । ଜିଲ୍ଲାର ଦେଶ ବାହାରେ ପୋଷ୍ୟ ସନ୍ତାନ ଭାବେ ପୂର୍ବରୁ ଦୁଇ ଜଣ ଯାଇଥିବା ବେଳେ ଆଜି ତୃତୀୟ ଥର ଭାବେ ଶିଶୁ କନ୍ୟାଟି ବାହାର ଦେଶକୁ ଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଷ୍ୟ ଗ୍ରହଣ କରିଥିବା ପିତାମାତା ବେଶ ଖୁସୀ ଅନୁଭବ କରିଛନ୍ତି ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଜଣେ ଅନାଥ ଶିଶୁକନ୍ୟା ସ୍ନେହାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀର ଜେନୋଭା ସହରର ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ ଦମ୍ପତି । ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର କେନ୍ଦ୍ର ବ୍ରହ୍ମପୁର ସ୍ଥିତ ଉତ୍କଳ ବାଳାଶ୍ରମରେ ରଖାଯାଉଛି । ଏହି କ୍ରମରେ ଆଜି ପୋଷ୍ୟ ଭାବେ ଗ୍ରହଣ ହୋଇଥିବା ଶିଶୁ କନ୍ୟା ସ୍ନେହା ୪ ଡ଼ିସେମ୍ବର ୨୦୧୭ ରେ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିଲା ।

ଉଦ୍ଧାର ପରେ ସ୍ପେସାଲ ଆଡପସନ ଏଜେନ୍ସି ମାଧ୍ୟମରେ ସେମାନଙ୍କର ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ଶିଶୁଟିକୁ ଗଞ୍ଜାମ ଶିଶୁ ମଙ୍ଗଳ ସମିତି, ଆଇନତଃ ମୁକ୍ତ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବେ ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ଏହି କ୍ରମରେ ଦୀର୍ଘ ୩ବର୍ଷ ପରେ ଏହି ଇଟାଲୀ ଦମ୍ପତ୍ତି ସ୍ନେହାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁମତି ମିଳିଥିଲା ।

ମାସ ମାସ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତି ମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଦମ୍ପତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା କାଗଜପତ୍ର, ଉତ୍କଳ ବାଳାଶ୍ରମ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲୀ ଦମ୍ପତିଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା । ତେବେ ପିଲାଟିର ଉପଯୁକ୍ତ ଯନ୍ନ , ସୁରକ୍ଷା, ଶିକ୍ଷା ଓ ପରିପୁଷ୍ଟ ଖାଦ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ଶିଶୁ ମଙ୍ଗଳ କମିଟି ପରାମର୍ଶ ଦେଇଥିଲେ ।

ବ୍ରହ୍ମପୁରରୁ ମାନସ ବିଷୋୟୀଙ୍କ ରିପୋର୍ଟ, କେନ୍ୟୁଜ୍

Sonalisa

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

9 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

12 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

15 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

21 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

36 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago