ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ, ଆରମ୍ଭ ହୋଇଛି ପ୍ରସ୍ତୁତି

ପୁରୀ(କେନ୍ୟୁଜ): ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ରାସ୍ତାକୁ ଭାଇବ୍ରେଟର ସାହାଯ୍ୟରେ ଖୋଳାଯାଉଛି। ଫାଟ ଥିବା ଅଖକୁ କଢାଯାଇ ନୂତନ ଅଖ ଲଗାଯିବ। ଅଖରେ ଫାଟ ଯୋଗୁ ଏହାକୁ ବଦଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗତକାଲି ଅଖ,ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କ୍ଲାମ୍ପ ଲଗାଇଥିଲେ । ରଥଯାତ୍ରା ସମୟରେ ଏହି ଅଖ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ଏହାକୁ ବଦଳାଯାଉଛି। ଏନେଇ ବୈଷୟିକ କମିଟି ନିଷ୍ପତ୍ତି ନେଇଛି।

ପୂର୍ବ ତଟ ରେଳବାଇର ମେକାନିକାଲ ଟିମ୍‌ ଘଟଣାସ୍ଥଳକୁ ଆସି କିଭଳି ଜ୍ୟାକ୍‌ ଲାଗିବ , କେତେ ଖୋଳାଯିବ ସେନେଇ ମାପଚୁପ କରିଥିଲେ। ଆଉ ଏକ ନୂଆ ଅଖ ପ୍ରସ୍ତୁତି ଚାଲିଛି। ରେଲୱେରୁ ଜ୍ୟାକ୍‌ ଅଣାଯାଇ ଅଖ ସଂଯୋଗ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.