ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ବଡ଼ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡିଯିବା ପରେ ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହୋଇଛି ମହାସ୍ନାନ । ଯାହାଫଳରେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।
ସୂଚନା ଅନୁସାରେ, ପାଣି ନେବା ସମୟରେ ପଡିଗଲେ ପାଣିଆ ଆପଟ ସେବକ । ଫଳରେ ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହୋଇଛି । ବିଧି ପରମ୍ପରା ମୁତାବକ ଭିତରକାଠ ନିକଟରେ ରକ୍ତର ଛିଟା ପଡ଼ିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ । ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ମହାସ୍ନାନ ନୀତି ଚାଲିଛି । ମହାସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଅନ୍ୟାନ୍ୟ ନୀତି ଆଗକୁ ବଢିବ। ସେପଟେ ଆହତ ହୋଇଥିବା ପାଣିଆପଟ ସେବକ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ଆହୁରି ପଢ଼ନ୍ତୁ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ, ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ