ନୂଆବର୍ଷରେ ବଡ ଦାଣ୍ଡ ପାଲଟିଲା ଭକ୍ତ ସମୁଦ୍ର, ଭିଡ଼ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ବର୍ଷ ୨୦୨୪ କୁ ବିଦାୟ ଦେଇ ବର୍ଷ ୨୦୨୫ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି  l ଇଂରାଜୀ ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବର୍ଷ  ସୁଖ ସମୃଦ୍ଧି ଓ ମଙ୍ଗଳମୟ ହେବା ନେଇ ଲକ୍ଷାଧିକ ଭକ୍ତ ପ୍ରାଥନା କରିଛନ୍ତି  l

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତ୍ରନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶୃଙ୍ଖଳିତ ନୀତି କାନ୍ତି ହୋଇଥିବା ହେତୁ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ନଜରକୁ ଆସିଛି  l ମହାପ୍ରଭୁଙ୍କୁ ଟିକେ ଦେଖିବାକୁ ବ୍ୟାକୁଳ ହୋଇ ଭକ୍ତମାନେ ବାରିକେଡ଼କୁ ଠେଲି ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି l

ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶିଷ ନେବା ପାଇଁ ପୁରୀକୁ ଛୁଟିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। ଗତକାଲି ରାତି ୧୨ ଟା ୩୫ରେ ଶ୍ରୀମନ୍ଦିର ଦ୍ବାର ଫିଟିବା ପରେ ନୀତିକାନ୍ତି ସହ ଆରମ୍ଭ ହୋଇଥଲା ଦର୍ଶନ। ବଡ଼ଦାଣ୍ଡରୁ ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିର୍ମିତ ସ୍ୱତ୍ରନ୍ତ୍ର ବ୍ୟାରିଗେଡ଼ରେ ଭକ୍ତଙ୍କ ଲାଗିଥିଲା ଭିଡ଼ l

ସେହିପରି ଶ୍ରୀମନ୍ଦିରର ସିଂହଦ୍ୱାରକୁ ବିଭିନ୍ନ ଫୁଲରେ ସଜାଯାଇଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ନେଇ ଏକ ମୁଖି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଭକ୍ତ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସରୁ ଅଧିକ ନିୟୋଜିତ ହୋଇଥିବାବେଳେ କଡା ସୁରକ୍ଷା ମଧ୍ୟରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଧ୍ୟାନ ଦିଆଯାଇଥିଲା l ଶ୍ରୀମନ୍ଦିରରେ ନୀତି କାନ୍ତି ଙ୍କୁ ଶୃଙ୍ଖଳିତ କରାଯାଇଥିବାବେଳେ ମହାପ୍ରଭୁଙ୍କ ଦର୍ଶନରୁ ଯେଭଳି କୌଣସି ଭକ୍ତ ବଞ୍ଚିତ ନହେବେ ତାହା ଉପରେ ସ୍ୱତ୍ରନ୍ତ୍ର ଧ୍ୟାନ ଦିଆଯାଇଥିଲା l