କରୋନା ସହ ଯୁଦ୍ଧରେ ବିଜୟ ଲାଭ କରି କାର୍ଯ୍ୟରେ ଯୋଗଦେଲେ ବଡମ୍ବା ଥାନା ଆଇଆଇସି,ଆଠଗଡ ଏସଡିପିଓ

କେନ୍ୟୁଜ୍(ବ୍ୟୁରୋ):  କରୋନା ସହ ଯୁଦ୍ଧରେ ବିଜୟ ଲାଭ କରି କାର୍ଯ୍ୟରେ ଯୋଗଦେଲେ ବଡମ୍ବା ଥାନା ଆଇଆଇସି ପ୍ରଭାତ କୁମାର ମଲ୍ଲିକ ଓ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆଲୋକ ରଞ୍ଜନ ରାୟ। ଆଜି ଦିନ ୧୧ଟା ବେଳେ କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗୋଳ କିଶୋର ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।

କରୋନାର ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା  ପାଇଁ ରାତିଦିନ ଏକ କରି ସଚେତନ କରାଉ କରାଉ କୌଣସି ପ୍ରବାସୀ କରୋନା ପଜିଟିଭଙ୍କ ସଂସ୍ପର୍ଷରେ ଆସିଥିଲେ। ପରେ ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବାରୁ ସେମାନେ କୋଭିଡ ଟେଷ୍ଟ କରାଇଥିଲେ। ଯାହା ପଜିଟିଭ ଆସିଥିଲା। ଏହା ପରେ ବଡମ୍ବା ଥାନାର ଆଇଆଇସି ଆଠଗଡ ଏସଡିପିଓ କୋଭିଡ ହସ୍ପିଟାଲକୁ ସ୍ଥନାନ୍ତର ହୋଇଥିଲେ। ଦୀର୍ଘ ୧୦ ଦିନର ଯୁଦ୍ଧରେ  କରୋନା ଠାରୁ ବିଜୟ ଲାଭ କରି ଆରୋଗ୍ୟ ହୋଇ ପୂନର୍ବାର ଆଜି କାର୍ଯ୍ୟରେ ଯୋଗଦେଲେ। ଏହି ଅବସରରେ  କଟକ ଗ୍ରାମାଞ୍ଚଳ ଏସପି ଏହି ଯୋଦ୍ଧାମାନଙ୍କୁ ସମ୍ବୋଦ୍ଧିତ କରିଥିଲେ।

Leave A Reply

Your email address will not be published.