ବଡ଼ମ୍ବାରେ ପ୍ରଭୁ ସିଂହନାଥଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ରାତି ୧୦ଟାରେ ଉଠିବ ମହାଦୀପ, ସଭିଏଁ ମାନିବେ କୋଭିଡ ନିୟମ

ନରସିଂହପୁର(କେନ୍ଯୁଜ୍):ବଡ଼ମ୍ବାରେ ପ୍ରଭୁ ସିଂହନାଥଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ବଡ଼ମ୍ବା ତହସିଲଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମନ୍ଦିର ପରିଚାଳନା କମିଟି ସହ ସେବାୟତ ମାନେ ଉପସ୍ଥିତି ଥିଲେ। ଶିବରାତ୍ରି ଦିନ ଭୋର ୩ଟା ୪୫ରେ ମନ୍ଦିର ଖୋଲିବ। ସକାଳ ଧୂପ, ମଙ୍ଗଳ ଆଳତି, ବଲ୍ଲଭ ଭୋଗ ଲାଗି ପରେ ସକାଳ ୬ଟା ଠାରୁ ସର୍ବସାଧାରଣ ଦର୍ଶନ ହେବ।

ରାତି ୧୦ଟାରେ ମହାଦୀପ ଉଠିବା ନିଷ୍ପତି ହୋଇଛି। ଏହି ସମୟରେ କୋଭିଡ ନିୟମର କଡ଼ାକଡ଼ି ପାଳନ ହେବ। ଭକ୍ତ ଓ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ। ଉଭୟ ଗୋପୀନାଥପୁର ଏବଂ ବୈଦେଶ୍ୱର ପଡ଼ିଆ ଠାରେ ଗାଡ଼ି ପାର୍କିଂର ବ୍ୟବସ୍ଥା ରହିବ । କୌଣସି ଶ୍ରଦ୍ଧାଳୁ ଟି-ବ୍ରିଜ ମଧ୍ୟରେ ପାର୍କିଂ କରି ପାରିବେ ନାହିଁ। ଏଥି ନିମନ୍ତେ ପୋଲିସ ପ୍ରଶାସନ ସଜାଗ ରହିବ।