ଧରା ପଡିଲେ ଆପାର୍ଟମେଣ୍ଟ ଲୁଟେରା, ତିନି ଅଭିଯୁକ୍ତଙ୍କୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ

କଟକ : ୪୮ ଘଣ୍ଟା ଭିତରେ ଧରା ପଡିଲେ ଲୁଟେରା ।  ବାଦାମବାଡ଼ି ବିକାଶନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟ ପରିସରରୁ ୫ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି ।  ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ । ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବେ କଟକ ଡିସିପି ।

ଗତ ସୋମବାର ରାତି ୮ ଟା ପାଖାପାଖି ହୋଇଥିଲା ଲୁଟ ।  ମାଲଗୋଦାମର ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ କରିଥିଲେ ଦୁବୃର୍ତ୍ତ ।  ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଛଡ଼ାଇ ଫେରାର ହୋଇ ଯାଇଥିଲେ ଦୁବୃତ୍ତ।

କିଛି ମାସ ପୂର୍ବରୁ ରାଜଧାନୀରେ ମାତିଥିଲେ ଆପାର୍ଟମେଣ୍ଟ ଲୁଟେରା ।  କେହି ରହୁନଥିବା ସୁଯୋଗରେ ଫ୍ଲାଟରେ ପଶି କଳାକନା ବୁଲାଉଥିଲେ ।  ପାହାଳ ଥାନା ଅନ୍ତର୍ଗତ ସନରାଇଜ୍ ସରୋବର୍ ଆପାର୍ଟମେଣ୍ଟରେ ଲୁଟ କରିଥିଲେ ଲୁଟେରା ।  ପ୍ରାୟ ଦୁଇ ଜଣଙ୍କ ଫ୍ଲାଟରୁ ଲୁଟ୍ ହୋଇଥିଲା । ଘରର ଦରଜା କାଟି ନଗଦ ଟଙ୍କା ଓ ସୁନା ଗହଣା ଲୁଟି ନେଇ ଫେରାର ହୋଇଯାଇଥିଲେ ।

Also read: ରାଜଧାନୀରେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା