ଘର ଦୁଆର ମୁହଁରୁ ଲୁଟ୍ କଲେ ଦୁର୍ବୃତ୍ତ, ଭୁଜାଲିରେ ଆକ୍ରମଣ କରି ନେଇଗଲେ ଅଳଙ୍କାର ଭର୍ତ୍ତି ବ୍ୟାଗ

ସୋର: ଘର ଦୁଆର ମୁହଁରୁ ଲୁଟ୍ । ଭୁଜାଲିରେ ଆକ୍ରମଣ କରି ନେଇଗଲେ ସୁନା ଗହଣା । ୭୦୦ରୁ ୮୦୦ ଗ୍ରାମର ସୁନା ଚୋରି କରିଛନ୍ତି ଦୁର୍ବୃତ୍ତ । ତଦନ୍ତ ଆରମ୍ଭ କରିଛି ପୋଲିସ । ଜୁଏଲାରି ଦୋକାନର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଛନ୍ତି ୪ ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ । ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଦୋକାନ ମାଲିକ । ଦର୍ଶକ ବନ୍ଧୁ ଦେଖୁଛନ୍ତି ତ କେମିତି ଏ ଲୁଟେରାମାନେ ଟଙ୍କା ପଇସା ଲୋଭରେ ଅପରାଧ କରିବାକୁ ପଛାଉ ନାହାନ୍ତି । ପୂର୍ବରୁ କେବଳ ଲୁଟ୍ କରି ଫେରାର ମାରୁଥିଲେ କିନ୍ତୁ ଏବେ ମଣିଷକୁ ଆକ୍ରମଣ କରି ଲୁଟ୍ କରୁଛନ୍ତି ସୁନା ଗହଣା ଟଙ୍କା ।

ଘଟଣା ପ୍ରକାରେ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାରରେ ବାବାମଣି ଜୁଏଲାରିର ମାଲିକ ପ୍ରଦୀପ ସାହୁ ଦୋକାନ ବନ୍ଦ କରି ରିଆ ସ୍ଥିତ ଘରକୁ ଯାଉଥିଲେ । ତେବେ ଘର ସମ୍ମୁଖରେ ନିଜ କାରରୁ ଅଳଙ୍କାର ବ୍ୟାଗ ଧରି ଉହ୍ଲାଇବା ବେଳେ ହିଁ ଏକ ଧଳା କାରରେ ୪ ଜଣ ଦୁର୍ବୃତ୍ତ ଆସିଥିଲେ । ପରେ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରି ୭୦୦- ୮୦୦ରୁ ଉର୍ଦ୍ଧ ଗ୍ରାମର ସୁନା ଓ ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ l ଏନେଇ ସିମୁଳିଆ ପୋଲିସର ତଦନ୍ତ ଜାରି ରହିଛି ।

ଲୁଟେରା ଗ୍ୟାଙ୍ଗ ଏବେ ପୋଲିସକୁ ଚକମା ଦେବାପାଇଁ ଦୁଇ ଚକିଆ ଛାଡ଼ି ଚାରି ଚକିଆରେ ଅପରାଧିକ କାର୍ଯ୍ୟକଳାପ ଘଟାଉଛନ୍ତି । ଏନେଇ ଦିନକୁ ଦିନ ଲୁଟ ମାମଲା ବଢ଼ିବାରେ ଲାଗିଛି । ଚାରିଆଡ଼େ ଦେଖିବାକୁ ମିଳୁଛି ଭୟର ବାତାବରଣ । ପୂର୍ବରୁ ଘର ଦୋକାନରେ ପଶି କବାଟ ତାଡ଼ି ଝରକା ତାଡ଼ି ଚୋରମାନେ ଲୁଟ କରୁଥିଲେ । କିନ୍ତୁ ଏବେ ରାସ୍ତା ମଝିରେ ହିଁ ଲୁଟପାଟ୍ କରୁଛନ୍ତି ଲୁଟେରା । ଏଭଳି ଚୋରଙ୍କୁ କାବୁ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତାହା ହିଁ ଦାବି କରିଛନ୍ତି ଅଞ୍ଚଳବାସୀ ।

Also Read: ଗୁଣିଗାରେଡ଼ି ସନ୍ଦେହରେ ଶାଶୁ ଓ ବୋହୂକୁ ଆକ୍ରମଣ, ଘରେ ଲୁଚି ରହୁଛନ୍ତି ଦୁଇ ମହିଳା