ରାଜ୍ୟ

ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ

ଭୁବନେଶ୍ୱର(କେନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି। ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ସହଯୋଗରେ ଏହା ପ୍ରତିଷ୍ଠା କରାଯାଇଛି। ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ପାଇଁ କେମୋଥେରାପି ନେବାର ସୁବିଧା କରାଯାଇଛି। ଏହି ହସ୍ପିଟାଲ ହେଉଛି ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀଙ୍କର ଓଡିଶା ପାଇଁ ମହତ୍ୱପୂର୍ଣ୍ଣ ଅବଦାନ। ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ହସ୍ପିଟାଲ ଓଡିଶା ତଥା ପୂର୍ବ ଭାରତରେ କ୍ୟାନସର ରୋଗୀଙ୍କୁ ଗୁଣାତ୍ମକ ମାନର ଓ ସୁଲଭ ଖର୍ଚ୍ଚରେ ଚିକିତ୍ସା ପ୍ରଦାନ କରି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ଏବଂ ଏହି ହସ୍ପିଟାଲ ମାଧ୍ୟମରେ ରାଜ୍ୟର ଏକ ତୃତୀୟାଂଶ କ୍ୟାନସର ରୋଗୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ବାଗ୍‌ଚୀ ପରିବାର ଓ ଶ୍ରୀ ଶଙ୍କର କ୍ୟାନସର ସେଣ୍ଟରର ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୋ ସରକାର ନିରନ୍ତର ଉଦ୍ୟମ କରି ଆସୁଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ପୂର୍ବ ଭାରତରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା କ୍ଷେତ୍ର ଭାବେ ପରିଗଣିତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂଆ ମେଡିକାଲ କଲେଜ ଖୋଲା ଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ସମସ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରଗୁଡିକୁ ସୁଦୃଢ କରାଯାଇଛି। ନିୟମିତ ଭାବେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି। ଚଳିତ ବର୍ଷ କେବଳ ପ୍ରାୟ ୪୦୦୦ ଡାକ୍ତର ରାଜ୍ୟରେ ନିଯୁକ୍ତି ପାଇଛନ୍ତି।ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି। ଏବେ 5T ଉପକ୍ରମରେ ରାଜ୍ୟର ସବୁ ହସ୍ପିଟାଲଗୁଡିକର ଭିତ୍ତିଭୂମି ରୂପାନ୍ତର କାର୍ଯ୍ୟ ଜାରି ରହିଛି। ‘ଆମ ହସ୍ପିଟାଲ’ ଯୋଜନାରେ ଉନ୍ନତ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସହିତ ରୋଗୀଙ୍କ ସହାୟକମାନଙ୍କ ସୁବିଧାକୁ ମଧ୍ୟ ଦୃଷ୍ଟି ଦିଆଯାଉଛି।

ରାଜ୍ୟରେ କ୍ୟାନସର ସେବା ବିଷୟରେ ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ଜିଲ୍ଲାରେ କ୍ୟାନସର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଆମେ ସମସ୍ତେ କ୍ୟାନସର ପରି ରୋଗ ବିଷୟରେ ସଚେତନ ହେବା ଆବଶ୍ୟକ। ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଜରୁରୀ। ଆମେ ସମସ୍ତେ ଯଦି ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା କ୍ୟାନସରଠାରୁ ଆମେ ଦୂରରେ ରହି ପାରିବା ବୋଲି କହି ସମସ୍ତେ ସୁସ୍ଥ ରହିଲେ ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଥିଲେ ଯେ ପୂର୍ବରୁ ମାତ୍ର ୩ଟି ମେଡିକାଲ କଲେଜ ରାଜ୍ୟରେ ରହିଥିଲା। ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ନୂଆ ନୂଆ ମେଡିକାଲ କଲେଜ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ରାଜ୍ୟବାସୀଙ୍କୁ କ୍ୟାନସର ସେବା କ୍ଷେତ୍ରରେ ଅତ୍ୟାଧୁନିକ ସେବା ଯୋଗାଇଦେବ ବୋଲି ସେ କହିଥିଲେ। ଉଦ୍‌ଘାଟନ ଅବସରରେ ଶ୍ରୀ ସୁବ୍ରତ ବାଗ୍‌ଚୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଆନ୍ତରିକତା ଯୋଗୁ ଆମେ ଏହି ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ସକ୍ଷମ ହୋଇଛୁ। ଆମ ରାଜ୍ୟର କ୍ୟାନସର ରୋଗୀମାନଙ୍କୁ ବିଶ୍ୱମାନର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାର ୨୨ ଏକର ଜମି ଯୋଗାଇ ଦେଇଛନ୍ତି। ଓଡିଶାର କ୍ୟାନସର ରୋଗୀ ଆଉ ରାଜ୍ୟ ବାହରକୁ ଯିବେ ନାହିଁ। ଏଠାରେ ରହି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇବେ। ଏହି ହସ୍ପିଟାଲ ହେବ ମାନବସେବାର ଏକ ଅଦ୍ୱିତୀୟ କେନ୍ଦ୍ର ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ଉନ୍ନତ ଭିତ୍ତିଭୂମି ସହିତ ଅତ୍ୟାଧୁନିକ ମେଡିକାଲ ଟେକ୍‌ନଲୋଜି ଓ ଟ୍ରିଟମେଣ୍ଟର ସୁବିଧା ରହିଛି। କ୍ୟାନସର ସେବା କ୍ଷେତ୍ରରେ ଦେଶରେ ପ୍ରସଦ୍ଧି ଅର୍ଜନ କରିଥିବା ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଜରିଆରେ ରୋଗୀମାନେ ଏଠାରେ ଅତ୍ୟାଧୁନିକ ଓ ଫଳପ୍ରଦ ଚିକିତ୍ସା ସେବା ପାଇପାରିବେ। ଏହି ହସ୍ପିଟାଲ ମଧ୍ୟ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁବନ୍ଧିତ ହୋଇଛି। କାର୍ଯ୍ୟକ୍ରମରେ ଡ. ବି. ଏସ୍. ଶ୍ରୀନାଥ ସ୍ୱାଗତ ଭାଷଣ ଦେଇଥିଲେ ଓ ଡ. ବି. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

10 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

12 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

47 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

59 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago