ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୂର୍ବତନ ବହଳଦା ତହସିଲଦାର ଦୋଷୀ ସାବ୍ୟସ୍ତ, ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବହଳଦାର ପୂର୍ବତନ ତହସିଲଦାର ଭୀମସେନ ମଙ୍ଗରାଜଙ୍କୁ ଆଜି ଏକ ଆୟ ବହିର୍ଭୂତ ସମ୍ପତ୍ତି (DA) ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଭୀମସେନ ମଙ୍ଗରାଜ ବର୍ତ୍ତମାନ ଅବସରପ୍ରାପ୍ତ ।  ଓଡ଼ିଶା ଭିଜିଲାନ୍ସ ଅନୁଯାୟୀ, ମଙ୍ଗରାଜଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପିସି ଆଇନ, ୧୯୮୮ ର ଧାରା ୧୩(୨) r/w ୧୩(୧)(e) ଅନ୍ତର୍ଗତ ଭିଜିଲାନ୍ସ ମାମଲାରେ ଚାର୍ଜସିଟ୍ କରାଯାଇଥିଲା । ଆଜି, ତାଙ୍କୁ ବାରିପଦାର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ୧,୦୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୀମସେନ ମଙ୍ଗରାଜଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ପେନସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ଅଧିକାରୀମାନେ ଏବେ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବେ।

Also read :ଭିଜିଲାନ୍ସ ଜାଲରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ