ରାଜ୍ୟ

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ ସେତେବେଳେ ଓଡ଼ିଶାର ମୃତକଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇବାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆଗେଇ ଆସିଥିଲେ । ମୃତକଙ୍କ ପରିବାର ସଦସ୍ୟଙ୍କୁ କିଟ୍ ଓ କିସ୍ ରେ ଯୋଗ୍ୟତା ଭିତ୍ତିିରେ ନିଯୁକ୍ତି ଓ ସେମାନଙ୍କ ପିଲାଙ୍କୁ କିଟ୍ ରେ ବିନା ଦେୟରେ ଉଚ୍ଚତର ଶିକ୍ଷା ପ୍ରଦାନ ନିମନ୍ତେ ଡ. ସାମନ୍ତ ତୁରନ୍ତ ଘୋଷଣା କରିଥିଲେ ।

ଘୋଷଣା ମୁତାବକ ପ୍ରାୟ ୧୨ଜଣଙ୍କୁ କିଟ୍ ଓ କିସ୍ ରେ ନିଯୁକ୍ତି ଦିଆଯାଇଥିଲା । ଏହା ସହ ପିତାମାତା ହରାଇଥିବା ଲୋକଙ୍କ ପିଲାମାନେ କିଟ୍ ରେ ଉଚ୍ଚତର ବୈଷୟିକ ଶିକ୍ଷା ମାଗଣାରେ ପଢ଼ିବାର ସୁଯୋଗ ପାଇଥିଲେ । ଆଜି ସେହି ମୃତକଙ୍କ ପରିବାର ଅନ୍ତତଃ ଶାନ୍ତିରେ ପରିବାର ଚଳାଉଛନ୍ତି । କିଟ୍ ଓ କିସ୍ ରେ ନିଯୁକ୍ତି ମିଳିଥିବାରୁ ସେମାନଙ୍କ ଦୁଃଖ କିଛି ପରିମାଣରେ ଲାଘବ ହୋଇଛି । ଏଥିପାଇଁ ସେମାନେ କିଟ୍ ଓ କିସ୍ ପ୍ରତିଷ୍ଠାତାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

ବାଲେଶ୍ବର ଟ୍ରେନ ଦୁର୍ଘଟଣା ଦିନ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ ବାଲେଶ୍ବରବାସୀ । ଯିଏ ଯେଉଁ ପ୍ରକାର ସାହାଯ୍ୟ କରିଥିଲେ । ବିଛାଡି ହୋଇ ପଡିଥିବା ଟ୍ରେନ ବଗିରୁ ଲୋକଙ୍କୁ ଉଦ୍ଧାର କରି କିଏ ଆହତଙ୍କୁ ପାଣି ଦେଉଥାଏ ତ କିଏ ସେମାନଙ୍କୁ ଆଉଁସି ଦେଉଥାଏ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବ୍ୟବସ୍ଥା କରିଥିଲେ । ଖାଲି ସେତିକି ନୁହେଁ ଆହତଙ୍କୁ ରକ୍ତ ଦେବାକୁ ଲୋକଙ୍କ ଲାଇନ ଲାଗିଥିଲା । ବିଳମ୍ବିତ ରାତି ଯାଏ ଆହତଙ୍କୁ ରକ୍ତଦାନ ପାଇଁ ଧାଡିରେ ଅପେକ୍ଷା କରିଥିଲେ । ବିପତ୍ତି ସମୟରେ ବାଲେଶ୍ବରବାସୀ ଯେଉଁଭଳି କାର୍ଯ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା । ସାଉଁଟି ଥିଲା ପ୍ରଶଂସା ।

ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ମୃତଦେହ ଚିହ୍ନଟ କରିବା ଓ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା । ଏଥିପାଇଁ ଓଡିଶା ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଅନେତ ନେତାଙ୍କ ସୁଅ ଛୁଟିଥିଲା । ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ଦୁର୍ଘଟଣା ପରେ ଅନେକଙ୍କୁ ନିଜର ଆତ୍ମିୟଙ୍କ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଏବେବି ଅନେକ ମୃତକଙ୍କ ପରିଚୟ ମିଳି ପାରିନାହିଁ।

Niharanjan

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

2 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

20 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

22 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

58 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago