ଗୁଜରାଟର ଅଡାଲଜ ମନ୍ଦିରରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ

ଗୁଜରାଟ: ଗୁଜରାଟର ଅଡାଲଜ ମନ୍ଦିରରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ । ଏ ଉପଲକ୍ଷେ ଗୁଣ୍ଡିଚା ମନ୍ଦିର ରୂପ ନେଇଥିବା ମୁଖ୍ୟ ମନ୍ଦିରର ତଳତାଲା ସ୍ଥିତ କମ୍ୟୁନିଟି ହଲରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପରେ ସଂଧ୍ୟା ୬ଟାରେ ବାହୁଡା ଯାତ୍ରା କରାଯାଇଥିଲା ।

ପୂଜକ ଓ ଭକ୍ତ ରୋଷଣୀ କରି ଠାକୁରଙ୍କୁ ମାଉସୀ ମାଆ ମନ୍ଦିରରରୁ ସ୍ୱତନ୍ତ୍ର ମଞ୍ଚକୁ ନେଇଥିଲେ । ଏହାପରେ ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ କଲଚରାଲ ଏକାଡେମୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର ତରଫରୁ ପ୍ରଯୋଜନା କରାଯାଇଥିବା ନାଟକ ‘ଫେରିଯାଅ ମହାବାହୁ’ ପ୍ରଦର୍ଶନ ହୋଇଥିଲା ।

ଓଡ଼ିଶା ସୋସିଓ କଲଚରାଲ ଆସୋସିଏସନ୍‌ର ସଭାପତି ହରେକୃଷ୍ଣ ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା । ସଂଧ୍ୟା ୮ଟାରେ ବାଦ୍ୟ ଯନ୍ତ୍ର ଓ କୀର୍ତ୍ତନର ତାଳେତାଳେ ଠାକୁରଙ୍କୁ ଧାଡି ପହଣ୍ଡି କରାଯାଇ ମୁଖ୍ୟ ମନ୍ଦିରର ରତ୍ନ ସିଂହାସନ ଉପରକୁ ନିଆଯାଇଥିଲା । ଆରତୀ ଶେଷ ହେବା ପରେ ଗୁଜରାଟର ବିଶିଷ୍ଟ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.