ଆସନ୍ତାକାଲି ବାହୁଡା ଯାତ୍ରା: ଆଜି ଦଶମୀ ସଂଧ୍ୟା ଦର୍ଶନ ଦେବେ ମହାବାହୁ, ବାହାରିବ ଶେଷ ଆଡ଼ପ ଅବଢ଼ା

ପୁରୀ(କେନ୍ଯୁଜ୍): ଆସନ୍ତାକାଲି ମହାବାହୁଙ୍କ ବାହୁଡା ଯାତ୍ରା । ଆଡ଼ପ ମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳା ଖେଳା । ବାହୁଡା ପୂର୍ବରୁ ବିନା ଭକ୍ତରେ ଆଜି ଦଶମୀ ସଂଧ୍ୟା ଦର୍ଶନ ଦେବେ ମହାବାହୁ । ଆଜି ବାହାରିବ ଶେଷ ଆଡ଼ପ ଅବଢ଼ା । ସକାଳ ସାଢେ ୧୦ଟା ଭିତରେ ସରିବ ପ୍ରଥମ ଭୋଗ ମଣ୍ଡପ । ଅପରାହ୍ନ ୩ଟାରୁ ନବମୀ ସନ୍ଧ୍ୟା ଦର୍ଶନ ପରେ ରାହାସକୁ ଦିଅଁ ବିଜେ ସହ ପହୁଡ଼ ହୋଇ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ, କୋଠ ସୁଆଁସିଆଙ୍କ ଦ୍ୱାରା ଚାରମାଳ ବନ୍ଧା, ସେନାପଟା ଓ କୁସୁମି ଲାଗି କରାଯିବ ।

ସେପଟେ ବାହୁଡାଯାତ୍ରା ପାଇଁ ବଡ଼ଦାଣ୍ଡରେ ବୁଲି ସର୍ଭେ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଏସପି । ଡ୍ରୋନ ମାଧ୍ୟମରେ ସର୍ଭେ ସହ ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ବାହୁଡା ଯାତ୍ରାରେ ଆଇନ ଶୃଙ୍ଖଳା ଓ ଏସଓପି ପାଳନ ନେଇ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ଥିବା ଲଜ, ହୋଟେଲ, ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ମାଲିକଙ୍କ ସହ ନିଜେ ଆଲୋଚନା କରିଛନ୍ତି । କର୍ଫ୍ୟୁ ସମୟରେ ବିନା କାରଣରେ ତାଲିକାଭୁକ୍ତ ନଥିବା ବ୍ୟକ୍ତି ସେଠାରେ ରହୁଥିବା ଜଣା ପଡିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସେପଟେ ବାହୁଡା ଯାତ୍ରା ପାଇଁ ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହା ପୂର୍ବରୁ ବାହୁଡ଼ା ଯାତ୍ରାରେ ସଂପୃକ୍ତ ସମସ୍ତ ସେବାୟତ ଓ ଅଧିକାରୀଙ୍କ ଆରଟିପିସିଆର ଟେଷ୍ଟ କରାଯାଉଛି। ସେପଟେ ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ବିଶୋଧନ କରିବା ମଧ୍ୟ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.