ବଡଦାଣ୍ଡରେ ଗଡୁଛି ତିନିରଥ

ପୁରୀ: ଶ୍ରୀମନ୍ଦିର ଅଭିମୁଖେ ତିନି ରଥ । ଏହାକୁ ଟାଣିନେଉଛନ୍ତି ଭକ୍ତ । ଶଙ୍ଖ ନାଦରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର । ପ୍ରଥମେ ବଡ ଠାକୁର,ତାପରେ ଶୁଭଦ୍ରା ଓ ଶେଷରେ ଜଗାଙ୍କ ରଥ ଟାଣିଲେ ଅଗଣିତ ଭକ୍ତ । ଡାହୁକ ଡାକରେ ଗଡି ଗଡି ଯାଉଛି ତିନିରଥ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଗଗନପବନରେ ଖେଳି ଯାଇଛି ଭକ୍ତିମୟ କରିବେଶ । ଘର ଘର ନାଦ କରି ଆଗକୁ ଆଗକୁ ବଢ଼ି ଚାଲିଛି ନନ୍ଦିଘୋଷ । ପ୍ରାୟ ଏକ ଘଣ୍ଟା ପୂର୍ବରୁ ଜନ୍ମବେଦୀରେ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା ।

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସି ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ରଥରେ ତିନିଠାକରୁଙ୍କ ନୀତିକାନ୍ତି ସରିବା ପରେ ଗଜପତି ମହାରାଜ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଛି ରଥଟଣା । ପ୍ରାୟ ଏକ ଘଣ୍ଟା ପୂର୍ବରୁ ଜନ୍ମବେଦୀରେ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା ।

ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସି ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ରଥରେ ତିନିଠାକରୁଙ୍କ ନୀତିକାନ୍ତି ସରିବା ପରେ ଗଜପତି ମହାରାଜ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ରଥଟଣା । ଲକ୍ଷ ଲକ୍ଷ ଲୋକ ଶ୍ରୀବିଗ୍ରହକୁ ଅତି ପାଖରେ ପାଇ ନିଜକୁ ଧନ୍ୟମନେ କରିଛନ୍ତି ।