ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା !

ଭୁବନେଶ୍ବର : କେନ୍ଦ୍ରାପଡାର ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା। ଏହି ମାମଲାରେ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ଓରିଜିନାଲ ସତ୍ୟପାଠ ଦାଖଲ ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ବିଜୟିନୀ ବିଶ୍ୱାଳଙ୍କ ଜରିଆରେ କେନ୍ଦ୍ରାପଡା ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ସତ୍ୟପାଠ ଦାଖଲ କରିଛନ୍ତି।

ସେହିପରି ମାମଲାର ଆବେଦନକାରୀ ଟାଙ୍ଗି ଥାନା ହରିଅନ୍ତା ଗାଁର ଗୋପାଳଚନ୍ଦ୍ର ଲେଙ୍କା ଏବଂ ଦୁଇ ଜଣ ସାକ୍ଷୀ ନେମାଳ ଥାନା ନାହାଳପୁର ଗାଁର ସୁଶାନ୍ତ ମଲ୍ଲିକ ଓ କିଶନନଗର ଥାନାର ରଟିଲୋ ଗାଁର ରତିକାନ୍ତ ସାହୁଙ୍କ ଭୋଟ ପରିଚୟ ପତ୍ର ଦାଖଲ ହୋଇଛି। ତେବେ ୨୦୧୪ ଲୋକସଭା ନିର୍ବାଚନରେ ଆବେଦନକାରୀ ଓ ଦୁଇ ସାକ୍ଷୀ କେନ୍ଦ୍ରାପଡା ଲୋକସଭା ଆସନରୁ ଭୋଟ ଦେଇଥିଲେ କି ନାହିଁ ସେ ନେଇ ଜିଲ୍ଲା ପ୍ରଶାସନ ତଥ୍ୟ ଦାଖଲ କରି ନାହିଁ। ଏ ସଂକ୍ରାନ୍ତ କାଗଜପତ୍ର କଟକ ଜିଲ୍ଲା ପ୍ରଶାସନକୁ ମାଗାଯାଇଥିଲେ ବି ତାହା ମିଳି ପାରିନାହିଁ। ଏଥିପାଇଁ କୋର୍ଟଙ୍କୁ ସମୟ ମଗାଯାଇଛି ।

Leave A Reply

Your email address will not be published.