ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ !

ଭୁବନେଶ୍ବର : ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ । ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି । ଇସ୍ତଫା ଗ୍ରହଣ ନେଇ ଲୋକସଭାରେ ସେ ବିଧିବଦ୍ଧ ଘୋଷଣା କରିଛନ୍ତି । ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗରେ ଗତ ଜାନୁଆରି ୨୪ ତାରିଖରେ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବନ ହୋଇଥିଲେ । ପରେ ସେ ଗତ ଜୁନ୍‌ ମାସରେ ଦଳରୁ ଇସ୍ତଫା ଦେଇଥିଲେ । ଲୋକସଭା ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ କିଛିଦିନ ପୂର୍ବରୁ ବିଜେଡି ପକ୍ଷରୁ ଚିଠି ଲେଖାଯାଇଥିଲା । ବାଚସ୍ପତି ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.