ଆସନ୍ତାକାଲି ମାଟିରେ ମିଶିବ ବୈକୁଣ୍ଠ ଧାମ, ବିଡିଏ ପକ୍ଷରୁ ଘୋଷଣା

ଭୁବନେଶ୍ୱର : ମାଟିରେ ମିଶିବ ଭୁବନେଶ୍ବର ଖଣ୍ଡଗିରି ବାରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ । BDA ଓ BMC ମିଳିତ ସହଯୋଗରେ କାଲି ସକାଳ ୮ଟାରେ ଆଶ୍ରମ ଭଙ୍ଗାଯିବ। ସରକାରୀ ଜମିରେ ବେଆଇନ ନିର୍ମିତ ଆଶ୍ରମକୁ ଭାଙ୍ଗିବା ପୂର୍ବରୁ ଆଜି ମାଇକ ଯୋଗେ ଘୋଷଣା କରାଯାଇଛି। ଆଶ୍ରମ ଭାଙ୍ଗିବା ସମୟରେ ମୁତୟନ ରହିବେ କମିଶନରେଟ ପୋଲିସ । ବୈକୁଣ୍ଠ ଧାମ ଆଶ୍ରମରେ ନାବାଳକଙ୍କୁ କଳକୀ ଅବତାର ସଜାଇ ଧର୍ମ ନାଁରେ ଚାଲିଥିଲା ବେପାର ।

ନାବାଳକ ବାବାଙ୍କ ପାଦ ତଳେ ତୁଳସୀ ରଖି ପୂଜା କରିବାର ଫଟୋ ଭାଇରାଲ ହେବା ପରେ ବିବାଦକୁ ଆସିଥିଲା ବୈକୁଣ୍ଠ ଧାମ ଆଶ୍ରମ। ସ୍ଥାନୀୟ ବାସିନ୍ଦାଙ୍କ ସହ ଜଗନ୍ନାଥ ପ୍ରେମୀ ଏହାକୁ ତୀବ୍ର ବିରୋଧ କରିଥିଲେ। ପ୍ରବଚନ ନାଁରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା। ଥାନାରେ ଏତଲା ପରେ ଆଶ୍ରମର ନିର୍ମାଣ ନେଇ ଖୋଳତାଡ଼ କରିଥିଲା ଜିଲ୍ଲା ପ୍ରଶାସନ। ନିର୍ଦ୍ଦେଶ ପରେ ସାଧାରଣ ପ୍ରଶାସନ, ବିଏମସିଓ ବିଡିଏ ଆଶ୍ରମ ଜମି ମାପଚୁପ କରିଥଲେ। ଆଶ୍ରମ ୧୪୦ ଡିସିମିଲ୍ ସରକାରୀ ଜମିରେ ନିର୍ମାଣ ହୋଇଥିବା ମାପଚୁପରୁ ସ୍ପଷ୍ଟ ହୋଇଛି।

 

You might also like