ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ, ଜେଲ୍‌ ଗଲେ ବିଧାୟକ

ଭୁବନେଶ୍ୱର(କେନ୍ୟୁଜ୍‌) : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଏଡିଜେ-୧ କୋର୍ଟ । ବିଧାୟକଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି । ବିଧାୟକ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ।

ତେବେ ହାଇକୋର୍ଟ ତାଙ୍କୁ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ଆଜି ଏଡିଜେ କୋର୍ଟରେ ବିଚାର ହେବା ପରେ ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଫଳରେ  ଆତ୍ମ ସମର୍ପଣ କରିଥିବା  ବିଧାୟକଙ୍କୁ ଜେଲ୍‌କୁ ନିଆଯାଇଛି ।

ଆଜି ସକାଳ ସାଢ଼େ ୮ଟାରୁ କୋର୍ଟ ପରିସର ସରଗରମ ଥିଲା । ବିଧାୟକଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା । ସମର୍ଥକଙ୍କ ଆଶାଥିଲା ଜାମିନ ମିଳିବ । ତେଣୁ ପୂର୍ବ ପ୍ରସ୍ତୁତ ଅନୁଯାୟୀ କୋର୍ଟ ବାହାରେ ନେତା ଓ ସମର୍ଥକ ବାଣ ଫୁଲ ମାଳ ଧରି ପ୍ରସ୍ତୁତ ଥିଲେ ସ୍ୱାଗତ କରିବା ପାଇଁ  । ତେବେ ସବୁ ଯୋଜନା ଫସର ଫାଟିଥିଲା । ବିଧାୟକଙ୍କୁ ଜାମିନ ନ ମିଳିବାରୁ ମନ ଦୁଃଖରେ ଫେରିଥିଲେ ସମର୍ଥକ ।

ପ୍ରକାଶଯୋଗ୍ୟ ଯେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିଜେପି କର୍ମୀଙ୍କୁ ମାଡ଼ମାରିଥିଲେ । ଫଳରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବିଜୁ ଜନତା ଦଳ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା । ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.