ନିରାଶ ହେଲେ ପ୍ରଦୀପ,ଜାମିନ ଆବେଦନ ଖାରଜ କଲେ ଭୁବନେଶ୍ୱର ADJ-୩

କେନ୍ୟୁଜ୍(ବ୍ୟୁରୋ):  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ । ଭୁବନେଶ୍ୱର ADJ-୩ କୋର୍ଟ ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି । ଆଜି କୋର୍ଟରେ ସରକାରୀ ଓ ପ୍ରଦୀପଙ୍କ ଓକିଲ ସେମାନଙ୍କ ଯୁକ୍ତି ରଖିଥିଲେ । ପ୍ରଦୀପଙ୍କ ବିରୋଧରେ ବିରୋଧରେ ଆଇପିସି ଧାରା ୪୧୯- ଅନ୍ୟର ପରିଚୟ ଦେଇ ଠକେଇ, ଧାରା ୪୨୦-ଠକେଇ, ଧାରା ୪୬୭-ଦସ୍ତାବିଜ ଜାଲିଆତି କରିବା ଯାହା ସୁରକ୍ଷା ପାଇଁ ବିପଦ, ଧାରା ୪୬୮- ଠକେଇ ଉଦ୍ଦେଶ୍ୟରେ ଜାଲିଆତି କରିବା, ଧାରା ୪୬୯-ସମ୍ମାନହାନୀ ପାଇଁ ଜାଲିଆତି କରିବା, ଧାରା ୧୨୦-ବି ଅପରାଧିକ ଷଡ଼ଯନ୍ତ୍ର ସହ ଆଇଟି ଆକ୍ଟର ସେକ୍ସସନ ୬୬-ସି ଓ ଡିରେ ମାମଲା ରୁଜୁ କରି ଗିରଫ କରାଯାଇଛି ।

You might also like