କୋରାପୁଟ: ବିକ୍ରି ଉଦ୍ଦେଶ୍ୟରେ ଥିବା ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ବୈପାରିଗୁଡା ବନ ବିଭାଗ, ଜଣେ ଗିରଫ
କୋରାପୁଟ(କେନ୍ୟୁଜ୍): ୪ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ । ବିକ୍ରି କରିବାକୁ ରଖାଯାଇଥିବା ବେଳେ ବୈପାରିଗୁଡା ବନ ବିଭାଗ ହାତରେ ଧରାପଡିଛି । ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତିର ନାମ ଇଶ୍ବର ହନ୍ତାଳ ଓ ତା ଘର ଲମତାପୁଟର ଧାମଣିପୁଟ ବୋଲି ଜଣା ପଡିଛି ।
ବଜ୍ରକାପ୍ତାଟିକୁ ୨ ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଇଶ୍ବର ବୈପାରିଗୁଡାକୁ ନେଇ ଆସିଥିଲା । କିଣିବା ଲୋକ ଆସିନଥିଵାରୁ ଲମତାପୁଟ ଫେରିବାବେଳେ ବନ ବିଭାଗର ସ୍ବତନ୍ତ୍ର ଟିମ ଦ୍ବାରା ଧରାପଡିଛି। ବୈପାରିଗୁଡା ରେଞ୍ଜର ଦିବ୍ୟାନାଧୁରୀ ସେଠି,ଏସିଏଫ ପି,ମିଶ୍ରଙ୍କ ଟିମ ଇଶ୍ବରକୁ ଧରିଵାରେ ସଫଳ ହୋଇଛନ୍ତି ।
ବୈପାରିଗୁଡା ଓ ଲମତାପୁଟ ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବାରୁ ଜଙ୍ଗଲରେ ବହୁ ଜୀବ ଜନ୍ତୁ ରହିଛନ୍ତି। ଅର୍ଥ ଲୋଭରେ ବିଭିନ୍ନ କୌଶଳ ପ୍ରୟୋଗକରି ବନ୍ୟଜନ୍ତୁ ଗୁଡିକୁ ଜଙ୍ଗଲରୁ ଧରି ବାହାରକୁ ଚାଲାଣ କରାଯାଉଛି। ବନ୍ୟଜନ୍ତୁ ଶିକାରୀଙ୍କ ପ୍ରତି କଡା ନଜର ରଖାଯାଇଛିବୋଲି ବୈପାରିଗୁଡା ବନ ବିଭାଗ ପକ୍ଷରୁ କୁହାଯାଇଛି ।