ଯାଜପୁର: ଦୁଇ ଶିକାରୀଙ୍କୁ ଗିରଫ କଲା ବୈରୀ ବନ ବିଭାଗ, ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

ଯାଜପୁର(କେ ନ୍ୟୁଜ): ଡାଳିଯୋଡ଼ା ରେଞ୍ଜ ଅଧିନସ୍ଥ ଯାଜପୁରର ବୈରୀ ବନ ବିଭାଗ ଦ୍ୱାରା ଦୁଇ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ କରାଯାଇଛି । ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀ

ସେମାନଙ୍କୁ କାବୁ କରିଥିବା ଜଣାଯାଇଛି । ପରେ ଉଭୟ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବାଇକ ସହ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ଦାୟିତ୍ୱରେ ଥିବା ବୈରୀ ବନ ବିଭାଗ ଅଧିକାରୀ।

Leave A Reply

Your email address will not be published.