ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥକ୍ଷେତ୍ର ନୃସିଂହନାଥଙ୍କ ପୀଠରେ ପାଳିତ ହୋଇଛି ବୈଶାଖୀ ମେଳା

ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ପାଞ୍ଚଦିନ ଧରି ଚାଲିଥିବା ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ଐତିହାସିକ,ସାଂସ୍କୃତିକ ଏବଂ ଧାର୍ମିକ ପୀଠ ଭାବେ ପରିଚିତ ଥିବା ଏହି ସ୍ଥାନରେ ପ୍ରକୃତିର ସବୁଜିମା ପରିବେଶ ଭିତରେ ଅବସ୍ଥାପିତ ହୋଇଛନ୍ତି ପ୍ରଭୁ ନୃସିଂହନାଥ। ପ୍ରତିବର୍ଷ ବୈଶାଖ ମାସରେ ସ୍ୱତନ୍ତ୍ର ବୈଶାଖି ପର୍ବ ପାଳନ କରାଯାଏ। ଚଳିତ ବଷ କୋଭିଡ କଟକଣା କୋହଳ ପରେ ଏହି ମେଳାର ଆୟୋଜନ କରାଯାଇଥିଲା। ଯାହାକୁ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ବନ୍ଦ ଥିବା ବେଳେ ବୈଶାଖ ମେଳା ପୁଣିଥରେ ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ ।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପାଞ୍ଚଦିନ ଧରି ଚାଲିଥିବା ବୈଶାଖମେଳା ସୋମବାର ଉଦଯାପିତ ହୋଇଯାଇଛି । ଶ୍ରଦ୍ଧା,ବିଶ୍ୱାସ ଓ ଭକ୍ତି ଆବେଗରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ପ୍ରଭୁ ନୃସିଂହନାଥଙ୍କ ଜନ୍ମୋତ୍ସବ ପାଳିତ ହୋଇଥିବା ବେଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବୈଶାଖ ଦଶମୀ ତିଥିରୁ ଆରମ୍ଭ ହୋଇ ଥିବା ଏହି ମେଳାର ପ୍ରଥମ ଦିନରେ କଳସ ଆବାହନ, ଦ୍ୱିତୀୟ ଦିନରେ ବିଶ୍ୱ ଶାନ୍ତି ମହାଯଜ୍ଞ ହୋଇଥିବା ବେଳେ ସୋମବାର ଦିନ ନୃସିଂହନାଥ ମହାପ୍ରଭୁ ଙ୍କ ଜନ୍ମୋତ୍ସବ ଆଦିବାସୀ କନ୍ଧ ସଂପ୍ରଦାୟ ମାନଙ୍କ ଦ୍ୱାରା କନ୍ଦାଭୋଗ ଅର୍ପଣରେ ସମର୍ପିତ ହୋଇଥିଲା ।

ଲୋକକଥା ଅନୁଯାୟୀ ପ୍ରଭୁ ବିଷ୍ଣୁ ମାର୍ଜାରା କେଶରୀ ରୂପରେ ଯମୁନା କନ୍ଧୁଣୀ କନ୍ଦା ସଂଗ୍ରହ କରୁଥିବା ବେଳେ ଆବିର୍ଭାବ ହୋଇଥିଲେ । ଦ୍ୱାଦଶ ଶତାଦ୍ଦୀରେ ପାଟଣା ରାଜା ବୈଜଲ ସିଂହ ନୃସିଂହନାଥ ମନ୍ଦିର ନିର୍ମାଣ କରିଥିଲେ । ଏହାପର ଠାରୁ ପ୍ରତିବର୍ଷ ବୈଶାଖମେଳା ଚତୁର୍ଦ୍ଦଶୀରେ ଏଠାରେ ନୃସିଂହ ଜନ୍ମୋତ୍ସବ ପାଳିତ ହୋଇଆସୁଛି । ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟେ। ଏହି ମେଳାରେ ଅନେକ ମିନା ବଜାର, ଦୋଳିର ମଜା ନେଇଥିଲେ ଭକ୍ତ ।

ଓଡ଼ିଶା ସମେତ ବାହାର ରାଜ୍ୟ ମାନେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ଅନ୍ୟ ରାଜ୍ୟରୁ ବହୁ ଶ୍ରଦ୍ଧାଳୁ ଆସନ୍ତି ପ୍ରଭୁ ନୃସିଂହନାଥ ଙ୍କ ଦର୍ଶନ ପାଇଁ। ଚଳିତ ବର୍ଷ କରୋନା କଟକଣା ପରେ ପୁଣିଥରେ ଆରମ୍ଭ ହୋଇଥିବା ବୈଶାଖ ମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭକ୍ତଙ୍କ ପିଇବା ପାଣି ଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ଆସିଥିଲେ।

ଏହାରି ମଧ୍ୟରେ ଗତ ସୋମବାର ଐତିହାସିକ, ସାଂସ୍କୃତିକ, ଧାର୍ମିକ ପୀଠ ତଥା ପରିବେଶ ଓ ପ୍ରକୃତିର ସମାହାର ସ୍ଥଳି ନୃସିଂହନାଥ ପୀଠ ଠାରେ ସମାପ୍ତ ହୋଇଛି ବୈଶାଖ ମେଳା । ଦୁଇବର୍ଷ ଧରି ବନ୍ଦ ଥିବା ବୈଶାଖ ମେଳା ପୁଣି ଥରେ ଆରମ୍ଭ ହୋଇଥିବାରୁ ଏଠାରେ ଭକ୍ତ ଏବଂ ଭଗବାନ ଏକାକାର ହେବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.