ଭଦ୍ରକ(କେନ୍ଯୁଜ୍) : ଧସିଲା ବୈତରଣୀର ନଦୀବନ୍ଧ । ୩ ଫୁଟର ଫାଟ ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲା ସାଠିବାଙ୍କୁଡ଼ା ନିକଟରେ ବୈତରଣୀ ନଦୀର ଶହେ ଫୁଟ ଲମ୍ବର ସୁରକ୍ଷା ବନ୍ଧ ୩ ଫୁଟ ତଳକୁ ଧସି ଯାଇଛି । କେତେକ ସ୍ଥାନରେ ବଡ଼ ବଡ଼ ଫାଟ ବି ସୃଷ୍ଟି ହୋଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଭୟଭୀତ ନଦୀକୂଳିଆ ଗାଁ ଲୋକ । ବିଶେଷ କରି ଓଳଗ, ସୁନ୍ଦରପୁର, ନାନ୍ଦପୁର ଓ ଆରଡ଼ି ପଞ୍ଚାୟତର ୨୦ରୁ ଅଧିକ ଗାଁ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି । କିଛି ମାସ ପୂର୍ବରୁ ନଦୀ ସୁରକ୍ଷା ବନ୍ଧ ପାଖାପାଖି ୨ ଶହ ଫୁଟ୍ ଧସିଥିଲା । ତେବେ କାହିଁକି ବାରମ୍ବାର ଏମିତି ନଦୀବନ୍ଧ ତବୁଛି ଓ ଫାଟ ସୃଷ୍ଟି ହେଉଛି, ତାହା ଏବେ ବିରାଟ ପ୍ରଶ୍ନବାଚୀ । କେବଳ ଅସ୍ଥାୟୀ ମରାମତି କରି କାମ ସାରି ଦେଉଛି ଜଳସମ୍ପଦ ବିଭାଗ । ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ସ୍ଥାନୀୟ ଲୋକ ।