ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ, ଭଦ୍ରକ ଆଖୁଆପଦାରେ ଟପିଛି ବିପଦ ସଙ୍କେତ

ଭଦ୍ରକ(କେନ୍ଯୁଜ୍) : ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ । ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବିପଦ ସଙ୍କେତ ଟପିଛି । ଆଜି ସକାଳ ସୁଦ୍ଧା ବୈତରଣୀ ନଦୀରେ ୧୮ ଦଶମିକ ୩ ମିଟର ଜଳସ୍ତର ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଙ୍କେତ ରହିଛି ୧୭ ଦଶମିକ ୮୩ ମିଟର । ଗତ ଦୁଇ ଦିନର ଲଗାଣ ବର୍ଷାରେ ନଦୀର ଜଳସ୍ତର କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ଚଳିତବର୍ଷ ବୈତରଣୀରେ ପଞ୍ଚମ ବନ୍ୟା ଆସିଛି । ଫଳରେ ଭଣ୍ଡାରୀପୋଖରୀ ବ୍ଲକ ବାଲିପୋଖରୀ, ମାଳଦା, ଶୋଳମପୁର, ଦପଙ୍ଗ, ରହଣିଆ ଆଦି ପଞ୍ଚାୟତର ଚାଷ ଜମିରେ ବନ୍ୟା ପାଣି ପ୍ରବେଶ କରିଛି ।

baitarani1ପାଣି ଧୀରେ ଧୀରେ ବଢୁଥିବାରୁ ତଳି ଅଞ୍ଚଳର ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ବିଶେଷ କରି ବୈତରଣୀର ଶାଖା ନଦୀ କୋଚିଲା ଉପକୂଳରେ ଥିବା ଗାଁର ଲୋକ ଆତଙ୍କିତ ହୋଇଛନ୍ତି । ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ବଢ଼ିଛି ବୈତରଣୀର ଜଳସ୍ତର । ସେପଟେ ବନ୍ୟାର ମୁକାବିଲା ପାଇଁ ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପଠାଯାଇଛି ।

You might also like