ବରମୁଣ୍ଡା ପାଇକନଗରରେ ଭୁଶୁଡ଼ିଲା ପାଉଁରୁଟି ଫ୍ୟାକ୍ଟ୍ରିର ପାଚେରୀ, ୩ ଆହତ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ପାଇକନଗରରେ ଅଞ୍ଚଳରେ ଅଘଟଣ । ଭୁଶୁଡ଼ିଲା ପାଉଁରୁଟି ଫ୍ୟାକ୍ଟ୍ରିର ପାଚେରୀ । ଏଥିରେ ଫ୍ୟାକ୍ଟ୍ରିର ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତିରେ ପାଚେରୀ ଭୁଶୁଡ଼ିଲା, ତାହା ଜଣାପଡ଼ିନାହିଁ ।