କଟକରେ ଅଲୌକିକ ଘଟଣା, ମହିଳାଙ୍କ ହାତରୁ କ୍ଷୀର ପିଇଲେ ଆଣ୍ଠୁଆ ଗୋପାଳ

କଟକ : ଭକ୍ତିରେ ଭଗବାନ୍ । ସମସ୍ତେ ଜାଣନ୍ତି ପ୍ରଭୁଙ୍କ ନିକଟରେ ଭୋଗ ଲାଗେ ସତ କିନ୍ତୁ ସେହି ଭୋଗକୁ ଖାଆନ୍ତି ନାହିଁ ପ୍ରଭୁ । କିନ୍ତୁ ବେଳେ ବେଳେ ନଜରକୁ ଆସିଥାଏ ଅଲୌକିକ ଘଟଣା । କେଉଁଠି ବାସୁଆ ବଳଦ ତ କେଉଁଠି ଗଣେଶ ପାଣି କି କ୍ଷୀର ପିଉଛନ୍ତି । ଆଉ ଏବେ ଖବର ଆସିଛି କଟକରୁ । ଏଠାରେ ଆଣ୍ଠୁଆ ଗୋପାଳ କ୍ଷୀର ପିଉଛନ୍ତି ।

୩ ଇଞ୍ଚର ପିତ୍ତଳ ଆଣ୍ଠୁଆ ଗୋପାଳ ମୂର୍ତ୍ତି ପିଉଛି କ୍ଷୀର । ଯାହା ଏବେ ସାରା କଟକ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମହିଳାଙ୍କ ହାତରୁ ଖିର ପିଇଲେ ଆଣ୍ଠୁଆ ଗୋପାଳ । ଏମିତି କିଛି ଅଲୌକିକ ଘଟଣା ଦେଖିବାକୁ ମିଳିଛି କଟକରେ। କଟକ ସିଡିଏ ସେକ୍ଟର ୭ ଅଞ୍ଚଳରେ ରହୁଥିବା ଆରାଧନା ମହାନ୍ତି ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ସବୁଦିନ ଭଳି ପିତଳ ଚାମଚ ରେ କ୍ଷୀର ଖୁଆଇବା ଆରମ୍ଭ କରିଥିଲେ । ହେଲେ ସେତେବେଳେ ଠାକୁର କ୍ଷୀର ପିଇବା ଆରମ୍ଭ କରିଥିଲେ । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଏହା ପରେ ଆରାଧନା ଙ୍କ ଘରେ ଭକ୍ତି ର ମାହୋଲ।

ଆରାଧନାଙ୍କ ଘରେ ପୂର୍ବ ପୁରୁଷରୁ ଇଷ୍ଟଦେବ ଭାବେ ପୂଜା ପାଇ ଆସୁଛନ୍ତି ବାଲ ଗୋପାଲଙ୍କର ଏହି ପିତ୍ତଳ ପ୍ରତିମା । ଠାକୁରଙ୍କୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବା ସହିତ ସକାଳେ ବାଲ୍ୟ ଭୋଗ ଏବଂ କ୍ଷୀର ପ୍ରଦାନ କରନ୍ତି । ହେଲେ ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ଯେତେବେଳେ କ୍ଷୀର ଅର୍ପଣ କରିଥିଲେ । ତେବେ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି ଚାହୁଁ ଚାହୁଁ ତାଙ୍କ ହାତରୁ କ୍ଷୀରକୁ ପିଇ ଦେଇଥିଲେ। ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ ।

ତେବେ ଏ ଘଟଣା ପୁରା ପରିବାରଙ୍କୁ ସ୍ତବଧ କରି ଦେଇଥିଲା । ସେ ପରୀକ୍ଷା କରିବା ପାଇଁ ଆଉଥରେ ଗୋଟିଏ ଚାମଚ ସାହାଯ୍ୟରେ ଗୋପାଳ ମୂର୍ତ୍ତିଙ୍କ ମୁହଁରେ କ୍ଷୀର ଦେଇଥିଲେ । ପୁଣି ଆଖି ପିଛୁଳାକେ ପିଇ ଦେଲେ ଠାକୁର ମୂର୍ତ୍ତି ।ଏହା ପରେ ଆରାଧନାଙ୍କ ଘରେ ଭକ୍ତିର ମାହୋଲ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like