ଘୋଷଯାତ୍ରା ପାଇଁ ଶ୍ରୀହରି ବଳଦେବଜୀଉ ପୀଠ ଚଳଚଞ୍ଚଳ

ବାରିପଦା : ଆଜି ଶ୍ରୀଜିଉଙ୍କ ନେତ୍ରୋତ୍ସବ ଥିବା ବେଳେ ଗତକାଲି ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦାର ଶ୍ରୀହରି ବଳଦେବଜୀଉ ପୀଠ। ସନ୍ଧ୍ୟାରେ ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଦର୍ଶନ ପାଇଁ ବାରିପଦାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବୟବସ୍ଥା ଗ୍ରହଣ କରାଯାଇଛି। ସମଗ୍ର ବଡଦାଣ୍ଡକୁ ସିସିଟିଭିରେ ଛାଉଣୀ କରାଯାଇଛି। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜଣେ ଅତିରିକ୍ତ ଏସ୍ପି, ୫ଜଣ ଡ଼ିସିପି , ୧୫ଜଣ ଇନିସପେକ୍ଟର ଓ ୯୨ଜମ ସବ୍ ଇନିସପେକଟର ମୁତୟନ କରାଯାଇଛି। ବାରିପଦା ରଥଯାତ୍ରାରେ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବାର ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି ସାଧା ପୋଷାକଧାରୀ ମହିଳା ଅଧିକାରୀଙ୍କୁ ମୁତୟନ କରାଯାଇଛି। ସେପଟେ ତିନି ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ଓ ଚିତ୍ରକର ସେବାୟତ। ଏବେ ଅପେକ୍ଷା ଆସନ୍ତାକାଲି ରଥଯାତ୍ରାକୁ।

Leave A Reply

Your email address will not be published.