ଭିଜିଲାନ୍ସ ଜାଲରେ ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ, ଲାଞ୍ଚ ନେଉଥିବାବେଳେ ଗିରଫ

ବଲାଙ୍ଗିର(କେନ୍ଯୁଜ୍):ଭିଜିଲାନ୍ସ ଜାଲରେ କୃଷି ଜିଲ୍ଲା ଅଧିକାରୀ । ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ଶେଖର ପାଢୀଙ୍କୁ ଗିରଫ କରାଯାଇଛି। ପିଓଏସ ମେସିନ ପାଇଁ ଲୋଇସିଙ୍ଗା ବ୍ଲକ ପଣ୍ଡକିଟାଲର ଦୁର୍ଯ୍ୟୋଧନ ବାରିକଙ୍କଠାରୁ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ।

ହିମାଂଶୁ ଶେଖର ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ କୃଷି ଜିଲ୍ଲା କାର୍ଯ୍ୟାଳୟରେ ଲୁଚି ରହିଥିବା ଭିଜିଲାନ୍‌ସ ଅଧିକାରୀ ହିମାଂଶୁ ଶେଖରଙ୍କୁ କାବୁ କରିଥିଲେ। ବଲାଙ୍ଗିର ଓ ଖୋର୍ଦ୍ଧାରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚାଲିଛି।

Leave A Reply

Your email address will not be published.