ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଓଲୋଜିଷ୍ଟ

ବଲାଙ୍ଗିର : ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଓଲୋଜିଷ୍ଟ । ବିଲ କରେଇବା ପାଇଁ ଚାଳିଶ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବଲାଙ୍ଗିର ଭୁତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ ଅସିମ ନାୟକ । ସମ୍ବଲପୁରର ତପନ ମହାନ୍ତି ନାମକ ଜଣେ ହିତାଧିକାରୀଙ୍କୁ ଜଳ ସଂରକ୍ଷଣ ପ୍ରକଳ୍ପର ବିଲ କରେଇବା ପାଇଁ ଚାଲିଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ଏନେଇ ତପନ ଭିଜିଲାନ୍ସ ବିଭାଗର ଦ୍ୱାରସ୍ତ ହୋଇଥିଲେ ।

ପୂର୍ବ ଯୋଜନା ମୁତାବକ ଆଜି ଅଫିସରେ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ବିଭାଗ । ବଲାଙ୍ଗିର, ବରଗଡ଼, ସମ୍ବଲପୁର ଟିମ ମିଳିତ ଭାବରେ ଚଢ଼ଉ କରିଥିଲେ । ବଲାଙ୍ଗିର ଅଫିସ, ଭଡା ଘର ଏବଂ ସମ୍ବଲପୁର ଘରେ ଚଢ଼ଉ ଜାରି ରହିଛି । ଭଡା ଘର ଭିତରୁ ଭିଜିଲାନ୍ସ ବିଭାଗ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.