ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ, ବିଲ୍ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ

ବଲାଙ୍ଗିର : ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜେଇଙ୍କୁ ଧରିଲା ଭିଜିଲାନ୍ସ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ।  ଟୋଲ ଫ୍ରି ନମ୍ବର ୧୦୬୪ରେ ଅଭିଯୋଗ ପାଇ ଧରିଲା ଭିଜିଲାନ୍ସ ।  ମନରେଗା ବିଲ୍ କରାଇ ଦେବା ପାଇଁ ନେଉଥିଲେ ୭ ହଜାର ଟଙ୍କା ଲାଞ୍ଚ ।  ପୂର୍ବରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଜେଇ । ଆଉ ୭ ହଜାର ଟଙ୍କା ମାଗିଥିବା ବେଳେ ଆଜି ସାତ ହଜାର ଟଙ୍କା ନେଉଥିଲେ ଲାଞ୍ଚ ।  ଓପନ ୱେଲ ଇରିଗେସନ ସ୍କିମର ବିଲ୍ କରାଇ ଦେବାକୁ ନେଉଥିଲେ ଲାଞ୍ଚ ।  ଟ୍ରାପ ପରେ ହରେକୃଷ୍ଣ ସାହୁଙ୍କର ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।  ତିନୋଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ କରାଯାଇଛି ।

ସେହିପରି କିଛିଦିନ ତଳେ ପଟାମୁଣ୍ଡାଇରେ  ଭିଜିଲାନ୍ସ ଜାଲରେ ଫୁଡ୍ ଇନ୍ସପେକ୍ଟର ଧରାପଡ଼ିଥିଲେ ।  ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  ।  ଏକ ନାଟକୀୟ ଶୈଳୀରେ କେନ୍ଦ୍ରାପଡା ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାରଙ୍କୁ ଧରିଥିଲେ ଭିଜିଲାନ୍ସ  ।   ଭିଡରେ ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ବିଭାଷଙ୍କୁ କାବୁ କରି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like