ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଛାତ୍ରଙ୍କ ମୃତ୍ୟୁ ଘଟଣା: କାର୍ଯାନୁଷ୍ଠାନ ଦାବି କଲା ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗିର(କେନ୍ୟୁଜ୍):  ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ସଠିକ ତଦନ୍ତ କରି କାର୍ଯାନୁଷ୍ଠାନ ଦାବି କଲା ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି। ମେଡିକାଲ କଲେଜରେ କନିଷ୍ଠ ଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛି କମିଟି। ଘଟଣାରେ କଲେଜରେ ଡିନ୍‌ ଓ କମିଟି ସଦସ୍ୟଙ୍କ ଆଲୋଚନା କରିଛନ୍ତି।

ହରିଆଣାର ଏହି ଛାତ୍ର ଜଣକ ଗତ ୧୨ତାରିଖରେ ବଲାଙ୍ଗିରକୁ ଡାକ୍ତରୀ ପାଠ ପଢିବାକୁ ଆସିଥଲେ । ଏମବିବିଏସରେ ପ୍ରଥମ ବର୍ଷରେ ପଢୁଥିଲେ । ବଲାଙ୍ଗୀର ମେଡିକାଲ କଲେଜ ହଷ୍ଟେଲ ୩୧୨ ନମ୍ବର ରୁମରେ ରହୁଥିଲେ । ୨୨ ତାରିଖରେ ହଷ୍ଟେଲ ଛାତରୁ ଖସି ଏମବିବିଏସ୍‌ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.