ବଲାଙ୍ଗିର ପୋଲିସ ହାତରେ ନକଲି ଗୁଇନ୍ଦା ବିଭାଗ, NIB ନାଁନେଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ

ବଲାଙ୍ଗିର : ବଲାଙ୍ଗିର ପୋଲିସ ହାତରେ ନକଲି ଗୁଇନ୍ଦା ବିଭାଗ। ନକଲି କାର୍ଯ୍ୟାଳୟ ସହ ନକଲି ଅଧିକାରୀ ଗିରଫ । NIB ନାଁନେଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଲୁଟ । ଟଙ୍କା ନେଇ ଦେଉଥିଲେ ନକଲି ଚାକିରିର ନିଯୁକ୍ତି ପତ୍ର  l ଚାକିରୀ ଦେବା ନାଁରେ ବି ଚାଲିଥିଲା ଠକେଇ । ଚଢ଼ାଉ ବେଳେ ନକଲି ନିଯୁକ୍ତି ପତ୍ର ସହ କମ୍ପ୍ୟୁଟର, ଲ୍ୟାପଟପ , ହାର୍ଡଡିସ୍କ,ଠକେଇରେ ବ୍ୟବହୃତ ସିଲ ଷ୍ଟାମ୍ପ ଜବତ ହୋଇଛି ।  ଏଥିରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତକୁ ରାଜ୍ୟ ବାହାରୁ କାବୁ କରିଛି ବଲାଙ୍ଗିର ପୋଲିସ ।